ଓଡ଼ିଶା

ଭୁବନେଶ୍ୱର ହେବ ବିଶ୍ୱର ସବୁଠୁ ଉତ୍ତପ୍ତ ସହର !

ଭୁବନେଶ୍ୱର: ଧୀରେଧୀରେ ଉତ୍ତପ୍ତ ହେଉଛି ଓଡ଼ିଶା। ଜଳବାୟୁ ପରିବର୍ତ୍ତନର ଇଏ ହେଉଛି ସାଙ୍ଘାତିକ ପ୍ରଭାବ। ଯେଉଁ ସମୟରେ ଓଡ଼ିଶାରେ ଥଣ୍ଡାର ପ୍ରାଦୁର୍ଭାବ ଦେଖାଦେବା କଥା ସେହି ସମୟରେ ହିଁ ସୂର୍ଯ୍ୟଙ୍କର ପ୍ରଚଣ୍ଡ କୋପ।  ସକାଳ ୮ଟାରୁ ମାଲୁମ ହେଉଛି ସୂର୍ଯ୍ୟଙ୍କ ତେଜ। ତାପମାତ୍ରା  ଅଧିକ ରହୁଥିବାରୁ ଆଗାମୀ ଦିନରେ ପରିସ୍ଥିତି ଭୟଙ୍କର ରୂପ ନେବାର ଆଶଙ୍କା ଦେଖାଦେଇଛି।

ସ୍ୱାଭାବିକ ଠାରୁ ପାରଦ ୬ ଡିଗ୍ରୀ ଉପରେ ରହୁଛି। ଏପରିକି ୧୭ ସହରର ତାପମାତ୍ରା ୩୨ ଡିଗ୍ରୀ ଉପରେ ରହୁଛି। ରାଜଧାନୀ ଭୁବନେଶ୍ୱରର ମଧ୍ୟ ରେକର୍ଡ କରିଛି ତାପମାତ୍ରା। ପାରଦ ୩୪ ଡିଗ୍ରୀ ଡେଇଁଯାଇଛି। ଗୁରୁବାର ବୌଦ୍ଧରେ ସର୍ବାଧିକ ତାପମାତ୍ରା ୩୪.୫ ଡିଗ୍ରୀ ରହିଥିବା ବେଳେ ଶୁକ୍ରବାର ୩୫ ଡିଗ୍ରୀ ରହିଛି। ଭୁବନେଶ୍ୱରର ତାପମାତ୍ରା ଥିଲା ୩୪.୨ ଡିଗ୍ରୀ।  ଏପରିକି ଚଳିତ ବର୍ଷ ରାଜଧାନୀ ଭୁବନେଶ୍ୱର ବିଶ୍ୱର ସବୁଠୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com