Featuredଜାତୀୟରାଜନୀତି

ତ୍ରିପୁରାରେ ବିଜେପି ଜାରି କଲା ୪୮ ପ୍ରାର୍ଥୀଙ୍କ ତାଲିକା

ତ୍ରିପୁରାରେ ବିଧାନସଭା ନିର୍ବାଚନ ପାଇଁ ବିଜେପି ୬୦ ଆସନ ମଧ୍ୟରୁ ୪୮ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ମାଣିକ ଶାହାଙ୍କୁ ବୋରଦବଲି ସିଟରୁ ପ୍ରାର୍ଥୀ କରିଛି ଦଳ । ଉପମୁଖ୍ୟମନ୍ତ୍ରୀ ଜିଷ୍ଣୁ ଦେବବର୍ମା ଚରିଲିସ ଆସନରୁ ନିର୍ବାଚନ ଲଢିବେ । କେନ୍ଦ୍ରମନ୍ତ୍ରୀ ପ୍ରତିମା ଭୌମିକ ଧନପୁର ଆସନରୁ ନିର୍ବାଚନ ଲଢିବେ । ଫେବ୍ରୁଆରୀ ୧୬ରେ ମତଗ୍ରହଣ ହେବ । ନାମାଙ୍କନ ଦାଖଲର ଶେଷ ତାରିଖ ୩୦ ଜାନୁଆରୀ ରହିଛି । ଭୋଟର ଗଣତି ମାର୍ଚ୍ଚ ୨ରେ ହେବ ।
ଶୁକ୍ରବାର ଦିଲ୍ଲୀରେ ଦଳର କେନ୍ଦ୍ରୀୟ ନିର୍ବାଚନ ସମିତିର ବୈଠକ ବସିଥିଲା । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ବରିଷ୍ଠ ନେତା ସାମିଲ ହୋଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com