Featuredଓଡ଼ିଶାସ୍ୱାସ୍ଥ୍ୟ

ଏଣିକି ଅସ୍ତ୍ରୋପଚାର ପାଇଁ ଖୋଲା ରହିବ ସବୁଦିନ ଓ.ଟି.

ଭୁବନେଶ୍ୱର: ରାଜ୍ୟରେ ପ୍ରତ୍ୟେକ ମେଡିକାଲ୍‍ କଲେଜ୍‍ ଓ ହସ୍ପିଟାଲରେ ରୋଗୀଙ୍କ ଅସ୍ତ୍ରୋପଚାର ପାଇଁ ସବୁଦିନ ଓ.ଟି. ଖୋଲା ରହିବ। ଏନେଇ ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ’ ସ୍ୱସ୍ଥ୍ୟ ନିର୍ଦ୍ଦେଶକ ଓ ଡି.ଏମ୍‍.ଏ.ଟି.ଙ୍କୁ ପତ୍ର ଲେଖି ଅବଗତ କରାଯାଇଛନ୍ତି। ସବୁ ସମୟରେ ଅବହେଳିତ ବର୍ଗର ରୋଗୀମାନେ ଯେପରି ଓ.ଟି. ସୁବିଧା ପାଇପାରିବେ, ସେନେଇ ଗୁରୁତ୍ୱ ଦିଆଯାଇଛି। ପ୍ରତ୍ୟେକ ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାର ଓ.ଟି. ଖୋଲା ରହିବ। ଜିଲ୍ଲା ସ୍ତରରେ ଥିବା ମେଡିକାଲ୍‍ କଲେଜ୍‍ ଓ ହସ୍ପିଟାଲ୍‍ରେ ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ପ୍ରତି ଗୁରୁତ୍ୱ ଦିଆଯିବ।

ବିଶେଷଜ୍ଞମାନେ କିଭଳି ଉପସ୍ଥିତ ରହିବେ, ସେଥିପ୍ରତି ଦୃଷ୍ଟି ଦେବାକୁ ଏହି ପତ୍ରରେ ଉଲ୍ଲେଖ କରାଯାଇଛି।
ଜିଲାସ୍ତରରେ ଥିବା ମେଡିକାଲ କଲେଜରେ ଏହି ନିୟମ ଯେଭଳି ଠିକଣା ଭାବେ କାର୍ଯ୍ୟକାରୀ ହେବ ସେଥିପ୍ରତି ଗୁରୁତ୍ବ ଦିଆଯିବ। ମେଡିକାଲ କଲେଜରେ ଯେଭଳି ନିଶ୍ଚେତକ, ସର୍ଜରୀ ଓ ଅନ୍ୟାନ୍ୟ ଷ୍ଟାଫ ଉପସ୍ଥିତ ରହିବେ ସେନେଇ ସୁପରିଟେଣ୍ଡେଣ୍ଟଙ୍କୁ ଅବଗତ କରାଇବାକୁ ପତ୍ରରେ ଉଲ୍ଲେଖ ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com