ଅନ୍ୟାନ୍ୟ

କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ ହୃଦୟ ବିଦାରକ ଦୃଶ୍ୟ,ନବଜାତ ଶିଶୁପୁତ୍ରର ମୃତଦେହକୁ ଝୁଣି ଖାଇଲା କୁକୁର

ଭୁବନେଶ୍ୱର: କେନ୍ଦୁଝର ମୁଖ୍ୟ ଡାକ୍ତରଖାନା ପରିସରରେ ଦେଖିବାକୁ ମିଳିଲା ଏକ ହୃଦୟ ବିଦାରକ ଦୃଶ୍ୟ। ନବଜାତ ଶିଶୁପୁତ୍ରର ମୃତଦେହ କୁକୁର ଝୁଣି ଖାଉଥିବା ଦୃଶ୍ୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ଶୁକ୍ରବାର ପାଟଣା ସୋରାସ ଗ୍ରାମର ଜଣେ ମହିଳାଙ୍କ ଅପରେସନ ପରେ ଏକ ମୃତ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ମୃତ ଦେହକୁ ପରିବାର ଲୋକେ ଡାକ୍ତରଖାନା ପରିସରରେ ଅଳ୍ପ ଗାତ କରି ପୋତି ଦେଇଥିବା ସମ୍ପର୍କୀୟ କହିଛନ୍ତି । ମାତ୍ର ଶନିବାର ସକାଳେ କୁକୁର ଗାତରୁ କାଢି ମୃତ ଦେହକୁ ଝୁଣି ଝୁଣି ଖାଉଥିବା ଦେଖାଯାଇଛି। ମୃତଦେହକୁ ଉପଯୁକ୍ତ ଭାବେ ସଂସ୍କାର କରାଯାଇ ନଥିବାରୁ ଏଭଳି ଅଭାବନୀୟ ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com