Featuredଜାତୀୟବାଣିଜ୍ୟ

୭ ନମ୍ବରକୁ ଖସିଲେ ଭାରତର ସବୁଠୁ ଧନୀ ଗୌତମ ଅଦାନୀ

ଦୁଇ ଦିନରେ ଷ୍ଟକ ବଜାରରେ ଅଦାନୀ ଗ୍ରୁପର କମ୍ପାନୀଗୁଡିକର ସେୟାର ମୂଲ୍ୟ ହ୍ରାସ ଘଟିବାରୁ ଗୌତମ ଆଦାନୀଙ୍କୁ ବିପୁଳ କ୍ଷତି ସହିବାକୁ ପଡିଛି । ଦୁଇ ଦିନରେ ୪ ଲକ୍ଷ ୧୭ ହଜାର କୋଟି ଟଙ୍କାର କ୍ଷତି ସହିଲେ ଅଦାନୀ । ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗର ରିପୋର୍ଟ ପ୍ରକାଶ ପାଇବା ପରେ ଅଦାନୀ ଗ୍ରୁପ୍ ଅଧିନରେ ଥିବା କମ୍ପାନୀଗୁଡିକର ସେୟାର ମୂଲ୍ୟ ଲଗାତାର ଭାବେ ହ୍ରାସ ପାଇବାରେ ଲାଗିଛି । ତାଙ୍କର ସମ୍ପତିରେ ୪ ଲକ୍ଷ ୧୭ ହଜାର କୋଟି ଟଙ୍କା ହ୍ରାସ ପାଇବାରୁ ବିଶ୍ୱ ଧନୀ ତାଲିକାରେ ସେ ସପ୍ତମ ସ୍ଥାନକୁ ଖସିଆସିଛନ୍ତି ।

ଆଦାନୀ ଗ୍ରୁପ୍ର ୧୦ ଟି କମ୍ପାନୀ ମଧ୍ୟରୁ ୭ ଟି ସଂସ୍ଥାରେ ସେୟାର ମୂଲ୍ୟ ୨୦ ପ୍ରତିଶ୍ରତ ହ୍ରାସ ପାଇଛି । ହିଣ୍ଡେନବର୍ଗର ୩୨ ହଜାର ଶବ୍ଦରେ ପ୍ରକାଶ କରିଥିବା ରିପୋର୍ଟ ଆଦାନିର ଫଲୋଅନ ପବ୍ଲିକ ଅଫରକୁ ମଧ୍ୟ ଗୁରୁତର ଭାବେ ପ୍ରଭାବିତ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com