ଅନ୍ୟାନ୍ୟ

ସଫା କରିବା ବାହାନାରେ ଲକ୍ଷାଧିକ ଟଙ୍କାର ଗହଣା ଲୁଟିନେଲେ ଦୁର୍ବୃତ୍ତ, ପୋଲିସ କରୁଛି ତଦନ୍ତ

ଭୁବନେଶ୍ୱର: ଗହଣା ସଫା କରିବା ବାହାନାରେ ଲକ୍ଷାଧିକ ଟଙ୍କାର ଗହଣା ଠକିନେଲେ ଦୁର୍ବୃତ୍ତ। ପରେ ଜାଣିବା ପରେ ମହିଳା ଜଣକ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

ସୋର ବ୍ଲକ ସବିରା ପଞ୍ଚାୟତ ବାଉଁସଖୁଣ୍ଟା ଗ୍ରାମର ପୁଜାରାଣୀ ତରେଇ ଓ ତାଙ୍କ ଭାଉଜ ଘରେ ଥିବା ବେଳେ ଦୁଇଜଣ ଯୁବକ ଆସିଥିଲେ ଗହଣା ସଫାକରିବାକୁ । ପୂଜାରାଣୀ ଯୁବକଙ୍କୁ ନିଜର ମଙ୍ଗଳସୁତ୍ର, କାନ ଫୁଲ,ପାଉଁଜି ଓ ରୁପା ପାଉଁଜି ଦେଇଥିଲା। ସଫା କରିବା ସମୟରେ ଯୁବକ ଦୁଇଜଣ ପାଣି ଆଣିବାକୁ କହିଥିଲେ। ପୂଜାରାଣୀ ପାଣି ଆଣିବାକୁ ଘର ଭିତରକୁ ଯିବା ପରେ ଏହାର ସୁଯୋଗ ନେଇ ଯୁବକ ଦୁଇଜଣ ସେହି ଗହଣା ଗୁଡିକୁ ନେଇ ଚମ୍ପଟ ମାରିଥିଲେ। ଏନେଇ ସୋର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଏବେ ତଦନ୍ତ କରୁଥିବା ଜଣାପଡ଼ିଛି।

 

Related Articles

Back to top button
WP Twitter Auto Publish Powered By : XYZScripts.com