Featuredଅନ୍ତର୍ଜାତୀୟ

ପାକିସ୍ତାନରେ ଘାଟିକୁ ଓଲଟିଲା ବସ,୩୭ ମୃତ୍ୟୁ

ପାକିସ୍ତାନରୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି। ରବିବାର ଦ୍ରୁତ ଗତିରେ ଆସୁଥିବା ଯାତ୍ରୀବାହୀ ବସ୍ ରାସ୍ତାରୁ ଖସି ପଡିଛି। ଦକ୍ଷିଣ ପାକିସ୍ତାନର ଲାସବେଲା ଜିଲ୍ଲାର ବେଲା ଅଞ୍ଚଳରେ ଏହି ଦୁର୍ଘଟଣା ହେଇଛି ।
ବସଟି ବାଲୁଚିସ୍ତାନର ରାଜଧାନୀ କ୍ୱେଟା ରୁ କରାଚି ଅଭିମୁଖେ ଯାଉଥିବା ବେଳେ ବସଟି ଓଲଟି ପଡିଥିଲା ।

ଏହି ଦୁର୍ଘଟଣାରେ ଅତି କମରେ ୩୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଆହତ ହୋଇଥିବା କୁହାଯାଉଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

Related Articles

Back to top button
WP Twitter Auto Publish Powered By : XYZScripts.com