Featuredଓଡ଼ିଶାରାଜନୀତି

ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼

ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ହୋଇଛି । ତେବେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଛାତିରେ ଗୁଳି ବାଜିଥିବା ଜଣାପଡ଼ିଛି । ଆଜି ବ୍ରଜରାଜନଗର ଗସ୍ତରେ ସ୍ୱାସ୍ଥ୍ୟମନ୍ତ୍ରୀ ଯାଇଥିବା ସମୟରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ତେବେ ମନ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ନିଆଯାଇଥିବା ଜଣାପଡ଼ିଛି ।

ଗୁଳି ମନ୍ତ୍ରୀଙ୍କ ଛାତିରେ ବାଜିଥିବାରୁ ତାଙ୍କର ଅବସ୍ଥା ସଙ୍କଟଜନକ ରହିଛି । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମନ୍ତ୍ରୀଙ୍କୁ ମେଡିକାଲ ନିଆଯାଇଛି । ତେବେ ଏହି ଗୁଳିକାଣ୍ଡ ପରେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ମନ୍ତ୍ରୀଙ୍କୁ କିଏ ଓ କାହିଁକି ଗୁଳିମାଡ଼ କଲା, ସେନେଇ କିଛି ସ୍ପଷ୍ଟ ହୋଇନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com