ଅନ୍ୟାନ୍ୟ

ସ୍କୁଟିକୁ ଧକ୍କା ଦେଇ ୩୫୦ ମିଟର ଘୋଷାଡି ନେଲା କାର

ରାଜଧାନୀ ଦିଲ୍ଲୀରେ ପୁଣି ହିଟ୍ ଆଣ୍ଡ ରନ ମାମଲା । ଦିଲ୍ଲୀ କଂଜାୱାଲା ଘଟଣା ମନରୁ ନ ଲିଭୁନି ଏବେ କେଶବପୁରମ ଥାନା ଅଞ୍ଚଳରେ ଘଟିଛି ସେହିପରି ଆଉ ଏକ ଦୁର୍ଘଟଣା । ସ୍କୁଟିକୁ ଧକ୍କା ଦେଇ ୩୫୦ ମିଟର ଘୋଷାଡି ନେଇଛି କାର୍ । ଦୁର୍ଘଟଣାରେ ସ୍କୁଟିରେ ବସିଥିବା ୨ଜଣଙ୍କ ମୃତ୍ୟୁ ଘଟିଛି । ଯୁବକ ସ୍କୁଟିରେ ଶାସ୍ତ୍ରୀନଗର ଯାଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ କାର ସେମାନଙ୍କୁ ଧକ୍କା ଦେଇଥିଲା ।

ଦୁର୍ଘଟଣା ଏତେ ଭୟଙ୍କର ରହିଥିଲା, ଯେ ସ୍କୁଟିରେ ବସିଥିବା ୨ ଜଣ ତଳେ ପଡିଯାଇଥିଲେ । ଏହାପରେ ସେଥିରୁ ଜଣେ କାର ବୋନେଟରେ ଫଶିଯାଇଥିଲେ । ଏହାପରେ କାରଟି ୩୫୦ ମିଟର ଯାଏଁ ଘୋଷାଡି ନେଇଥିଲା । ପରେ ପିସିଆର ଭ୍ୟାନ ସେହି କାରକୁ ଓଭରଟେକ୍ କରି ଅଟକାଇବା ବେଳକୁ କାରରେ ଫଶିଥିବା ବ୍ୟକ୍ତିର ମୃତ୍ୟୁ ହୋଇସାରିଥିଲା । ସେହିପରି ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାେ ନିଆଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com