Featuredଓଡ଼ିଶାଶିକ୍ଷା

ଜାତୀୟ ସ୍ତରର ପରୀକ୍ଷା ପାଇଁ ସ୍କୁଲରୁ ପ୍ରସ୍ତୁତ ହେବେ ଛାତ୍ରଛାତ୍ରୀ

ଏଣିକି ୬ଷ୍ଠରୁ ୮ମ ଶ୍ରେଣୀର ପିଲାଙ୍କ ପାଇଁ ମଲ୍ଟି ପ୍ୟାଟର୍ଣ୍ଣ ପ୍ରଶ୍ନପତ୍ର ଆସିବ । ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ କିପରି ସଫଳତା ଲାଭ କରିପାରିବେ, ତାହାକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।

ବିଦ୍ୟାଳୟଗୁଡ଼ିକରେ ପାଠପଢ଼ା, ପରୀକ୍ଷା ପରିଚାଳନାରେ ସୁଧାର ଅଣାଯିବ । ପରୀକ୍ଷାରେ ଉଭୟ ଅବଜେକ୍ଟିଭ ଓ ଅତି ସଂକ୍ଷିପ୍ତ ଉତ୍ତର ମୂଳକ ପ୍ରଶ୍ନକୁ ଗୁରୁତ୍ୱ ଦିଆଯିବ । ଜାତୀୟ ସ୍ତରର ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରାଯିବା ସହ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ପରୀକ୍ଷା ସିଷ୍ଟମକୁ କାର୍ଯ୍ୟକାରୀ କରାଯିବ । ୬-୮ ଶ୍ରେଣୀ ପିଲାଙ୍କ ପାଇଁ ପରୀକ୍ଷାରେ ଦୀର୍ଘମୂଳକ ପ୍ରଶ୍ନପତ୍ର ବଦଳରେ ସଂକ୍ଷିପ୍ତ ପ୍ରଶ୍ନପତ୍ର ଆସିବ । କେବଳ ଗଣିତ ଓ ବିଜ୍ଞାନ ବିଷୟକୁ ଏଥିରୁ ବାଦ୍ ଦିଆଯିବ ।

ଶହେ ମାର୍କର ମଲ୍ଟି ପ୍ୟାଟର୍ଣ୍ଣ ପ୍ରଶ୍ନପତ୍ର ପାଇଁ ଦେଢ଼ଘଣ୍ଟା ସମୟ ଦିଆଯିବ । ପିଲାମାନେ ସଂକ୍ଷିପ୍ତ ଉତ୍ତର କିପରି ଭଲଭାବେ ଦେଇପାରିବେ, ସେଥିପାଇଁ ଶିକ୍ଷକମାନେ ଶ୍ରେଣୀଗୃହରେ ଧ୍ୟାନ ଦେବେ । ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ ଅତି ସଂକ୍ଷିପ୍ତ ଓ ମଲ୍ଟି ପ୍ୟାଟର୍ଣ୍ଣ ପ୍ରଶ୍ନପତ୍ର ବ୍ୟବସ୍ଥା ଲାଗୁ ହୋଇଛି । ସରକାରୀ ସ୍କୁଲର ପିଲାମାନେ କିପରି ଆଗକୁ ଭଲ ପ୍ରଦର୍ଶନ କରିବେ ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯିବ ।

ରାଜ୍ୟର ଷଷ୍ଠରୁ ଅଷ୍ଟମ ଶ୍ରେଣୀର ପିଲାମାନେ କିପରି ପରୀକ୍ଷାରେ ଅଧିକ ମାର୍କ ରଖିପାରିବେ ସେନେଇ ଶିକ୍ଷକମାନେ ଧ୍ୟାନ ଦେବେ । ପିଲାଙ୍କୁ ପ୍ରୋତ୍ସାହନ ପ୍ରଦାନ ନେଇ ମଧ୍ୟ ପଦକ୍ଷେପ ଗ୍ରହଣ କରାଯିବ । ପରୀକ୍ଷା ପରିଚାଳନା ଓ ମୂଲ୍ୟାଙ୍କନ ସମୀକ୍ଷା ପାଇଁ ଏକ ହାଇ ଲେବଲ କମିଟି ଗଠନ କରାଯିବ । ପ୍ରାଥମିକ ଶ୍ରେଣୀର ପିଲାଙ୍କ ପାଇଁ ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ ଯୋଜନାକୁ କାର୍ଯ୍ୟକାରୀ କରାଯିବ । ଓସେପା ଓ ଏସସିଇଆରଟି ତତ୍ତ୍ୱାବଧାନରେ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯିବ । ଆସନ୍ତା ନୂଆ ଶିକ୍ଷାବର୍ଷରୁ ଏଫଏଲଏନକୁ କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡ଼ିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com