Featuredଜାତୀୟରାଜନୀତି

ସୋସିଆଲ ମିଡ଼ିଆରେ ଚଳିବନି ମନମାନି: କେନ୍ଦ୍ର ସରକାର ଗଠନ କଲେ GAC

ଅନେକ ସମୟରେ ୟୁଜର୍ସଙ୍କୁ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି । ତେବେ ଅନେକ ସମୟରେ ସୋସିଆଲ ମିଡ଼ିଆ କମ୍ପାନୀମାନେ ୟୁଜର୍ସଙ୍କ ଅଭିଯୋଗର ସଠିକ୍ ସମାଧାନ କରିନଥାନ୍ତି । ଏଥିପାଇଁ କେନ୍ଦ୍ର ସରକାର ଶିକାୟତ ଅପିଲୀୟ ସମିତି ବା ଜିଏସି ଗଠନ କରିଛନ୍ତି ।

ଆସନ୍ତା ମାର୍ଚ୍ଚ ମାସ ୧ ତାରିଖରୁ ଏହି କମିଟି କାର୍ଯ୍ୟ ଆରମ୍ଭ କରିବ । ଗତ ୨୦୨୧ରେ ଆଇଟି ନିୟମରେ କରାଯାଇଥିବା ସଂଶୋଧନ ଆଧାରରେ ଏହି କମିଟି ଗଠନ କରାଯାଇଥିବା ଇଲେକ୍ଟ୍ରୋନିକ ଓ ଆଇଟି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏଥିପାଇଁ କେନ୍ଦ୍ର ସରକାର ତିନୋଟି ଜିଏସି ଗଠନ କରିଛନ୍ତି । ଆସନ୍ତା ଏକ ମାସ ମଧ୍ୟରେ ଏହି କମିଟି କାର୍ଯ୍ୟ ଆରମ୍ଭ କରିବ ।

ଜିଏସି ଭର୍ଚୁଆଲ ମୋଡ଼ରେ ପରିଚାଳିତ ଏକ ଡିଜିଟାଲ ମଞ୍ଚ ଭାବେ କାର୍ଯ୍ୟ କରିବ । ଏହା କେବଳ ଅନଲାଇନ୍ ଓ ଡିଜିଟାଲ ଭାବ ସଞ୍ଚାଳିତ ହେବ । ଏଥିରେ ଅପିଲ ଦାଖଲ କରିବା ଠାରୁ ଆରମ୍ଭ କରି ନିଷ୍ପତ୍ତି ନେବା ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟା ଡିଜିଟାଲରେ କରାଯିବ । ୟୁଜର୍ସ ଅପିଲ କରିବାର ୩୦ ଦିନ ମଧ୍ୟରେ ଏହି କମିଟି ସମସ୍ୟାର ସମାଧାନ କରିବାକୁ ପ୍ରୟାସ କରିବ ।

ପ୍ରତି କମିଟିରେ ଜଣେ ଜଣେ ଅଧ୍ୟକ୍ଷ, ବିଭିନ୍ନ ସରକାରୀ ସଂସ୍ଥାର ଦୁଇ ଜଣ ଫୁଲଟାଇମ୍ ସଦସ୍ୟ ଓ ୩ ଉଦ୍ୟୋଗ କ୍ଷେତ୍ରରୁ ସେବା ନିବୃତ୍ତ ଅଧିକାରୀ ସାମିଲ ହୋଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com