ବାଣିଜ୍ୟ

ବଜେଟ ୨୦୨୩, ଜାଣନ୍ତୁ କଣ ହେଲା ଶସ୍ତା ଓ ମହଙ୍ଗା

ନୂଆଦିଲ୍ଲୀ, ୦୧ /୦୨/୨୦୨୩ –   ବଜେଟରେ ସାଧାରଣ ଲୋକଙ୍କ ଆଖି ସାଧାରଣତଃ ରହିଥାଏ ଯେ କେଉଁଟା ଶସ୍ତା ଏବଂ କେଉଁଟି ମହଙ୍ଗା ହେଉଛି । ପ୍ରତିବର୍ଷ ସରକାର କିଛି ଜିନିଷ ଉପରେ ଟିକସ ଏବଂ ଆମଦାନୀ ଶୁଳ୍କ ବୃଦ୍ଧି ଏବଂ ହ୍ରାସ କରନ୍ତି । ଯାହାକି ଅନେକ ଜିନିଷ ଉପରେ ପ୍ରଭାବ ପକାଇଥାଏ । ଏଥର ମଧ୍ୟ ଅନେକ ଜିନିଷ ଶସ୍ତା ଏବଂ ମହଙ୍ଗା ହୋଇଛି । ନିର୍ମଳା ସୀତାରମଣ ବଜେଟରେ ସମାଜର ପ୍ରତ୍ୟେକ ବିଭାଗର ଯତ୍ନ ନେବାକୁ ଚେଷ୍ଟା କରିଛନ୍ତି । ତେବେ ଆସନ୍ତୁ ଜାଣିବା କଣ ଶସ୍ତା ଆଉ କଣ ମହଙ୍ଗା ହୋଇଛି ?

ଶସ୍ତା- 
ଇଲେକ୍ଟ୍ରିକ୍ କାର୍, ଲିଥିୟମ୍ ଆଇନ୍ ବ୍ୟାଟେରୀ, ଟିଭି , ଇଲେକ୍ଟ୍ରିକ୍ ସାମଗ୍ରୀ, ମୋବାଇଲ୍ ପାର୍ଟସ, ଲ୍ୟାବ ଦ୍ୱାରା ନିର୍ମିତ ହୀରା ସିଡ୍ସ, ରବର, ଅଟୋମୋବାଇଲ୍, ଖେଳନା, ସାଇକେଲ, ଭଜା ଚିଙ୍ଗୁଡ଼ି ଉପରେ କଷ୍ଟମ୍ ଡ୍ୟୁଟି ହ୍ରାସ ହେବ, ଯାହାକି ଶସ୍ତା ହେବ ।

ମହଙ୍ଗା- 
ରୂପା ଉପରେ କଷ୍ଟମ୍ ଡ୍ୟୁଟି ବୃଦ୍ଧି କରାଯାଇଛି । ଏହାର ଅର୍ଥ ରୂପା କିଛି ମାତ୍ରାରେ ମହଙ୍ଗା ହେବ । ସୁନା, ରୂପା ଏବଂ ହୀରା ମହଙ୍ଗା ହେବ । ଖେଳନା, ସାଇକେଲ ଆମଦାନୀ ମହଙ୍ଗା ହେବ । ସିଗାରେଟ୍ ମହଙ୍ଗା ହେବ ।
ରୋଷେଇ ଘରର ଇଲେକ୍ଟ୍ରିକ୍ ଚିମିନି ମହଙ୍ଗା ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com