ଜୀବନଶୈଳୀ

ଅସୁସ୍ଥ ମହିଳାଯାତ୍ରୀଙ୍କୁ ରାସ୍ତାରେ ଛାଡି ଚାଲିଗଲା ବସ; ଚିକିତ୍ସା ଅଭାବରୁ ଚାଲିଗଲା ଜୀବନ

 ପାଟପୁର, ଗଞ୍ଜାମ, ୦୩/୦୨/୨୦୨୩ –   ମହିଳା ଯାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଶୁଣି ଅଧା ରାସ୍ତାରେ ଓହ୍ଲାଇ ଦେଇ ଚାଲିଗଲା ବସ । ଫଳରେ ଚିକିତ୍ସା ଅଭାବରୁ ମହିଳାଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଘଟଣା ସମସ୍ତକୁ ସ୍ତବ୍ଧ କରିଛି । ଏଭଳି ଏକ ଅମାନବୀୟ ଓ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ସହରର ଜାତୀୟ ରାଜପଥ-୧୬ରେ ।

ଗଞ୍ଜାମ ଜିଲ୍ଲାର ପାଟପୁର ବ୍ଲକ ଗୌତମି ପଞ୍ଚାୟତର ପଦ୍ମତୋଳା ଗ୍ରାମର ସୁଜିତ ସ୍ୱାଇଁ ନିଜର ମାଆ ରୁନୁ ସ୍ୱାଇଁଙ୍କ ଚିକିତ୍ସା ପାଇଁ ଭୁବନେଶ୍ବର ଏମ୍ସକୁ ନେଇଥିଲେ । ଗତକାଲି ନିଜ ଗ୍ରାମକୁ ଏକ ଘରୋଇ ବସ ଖମ୍ବେଶ୍ୱରୀରେ ଆସୁଥିବା ବେଳେ ହୁମ୍ମା -ଗଞ୍ଜାମ ରାସ୍ତା ମଝିରେ ହଠାତ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ପରେ ପୁଅ ବସ କର୍ମଚାରୀଙ୍କୁ ନିକଟ ମେଡ଼ିକାଲକୁ ନେବାକୁ ଅନୁରୋଧ କରିଥିଲେ । ହେଲେ ଏହା ପରେ ମଧ୍ୟ ବସ କର୍ମଚାରୀ ପୁଅର ନିବେଦନକୁ ଶୁଣିନଥିଲେ ଆଉ ଶନି ମନ୍ଦିର ଛକଠାରେ ଓହ୍ଲାଇ ଦେଇ ଚାଲି ଯାଇଥିଲେ।

ତେବେ ଓହ୍ଲାଇବାର କିଛି ସମୟପରେ ମାଆର ମୃତ୍ୟୁ ଘଟିଥିଲା । ଖବରପ୍ରଚାର ହେବା ମାତ୍ରେ ଲୋକଙ୍କ ଭିଡ଼ ଜମିଥିଲା । ଏହି ସମୟରେ ରୋଡ ପେଟ୍ରୋଲିଙ୍ଗ ପୋଲିସ ଗାଡି ପହଞ୍ଚିଥିଲା । ଆର୍ଥିକ ସହାୟତା ଯୋଗାଇବା ସହ ଏକ ଆମ୍ବୁଲାନ୍ସ କରି ତାଙ୍କ ଗ୍ରାମକୁ ପଠାଇଥିଲେ। ଅନ୍ୟପଟେ ବସ କର୍ମଚାରୀଙ୍କ ଏହିଭଳି ମାନବିକତାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com