ସ୍ୱାସ୍ଥ୍ୟ

ଦେଶରେ ୯୮କୋଟି କୋଭିଡ ସଂକ୍ରମିତ !

ନୂଆଦିଲ୍ଲୀ : କୋଭିଡକୁ ନେଇ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଯାହା ଦର୍ଶାଯାଉଛି ବାସ୍ତବରେ ସେହି ସଂଖ୍ୟା ୧୭ ଗୁଣ ଅଧିକ ବୋଲି କହିଛନ୍ତି ବନାରସ ହିନ୍ଦୁ ବିଶ୍ବବିଦ୍ଯାଳୟର ଗବେଷକ । ସରକାରୀ ତଥ୍ୟ ଅନୁସାରେ ବର୍ତ୍ତମାନ ସୁଦ୍ଧା ଦେଶର ପ୍ରାୟ ୪ କୋଟି ୪୭ ଲକ୍ଷ କୋଭିଡରେ ସଂକ୍ରମିତ ହୋଇଛନ୍ତି । ତେବେ ବାସ୍ତବରେ ଏହି ସଂଖ୍ୟା ୫୮ରୁ ୯୮ କୋଟି ହେବ ବୋଲି କହିଛନ୍ତି ଗବେଷକ ।

ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ ଅଫ ଇନଫେକ୍ଟିୟସ ଡିଜିଜ ବା ଆଇଜେଆଇଡିରେ ପ୍ରକାଶିତ ରିପୋର୍ଟରେ ଏହା ଦର୍ଶାଯାଇଛି ଯାହାକି ଦର୍ଶାଯାଇଥିବା ସଂଖ୍ୟାର ୧୭ ଗୁଣ । ବିଶ୍ବବିଦ୍ୟାଳୟରର ଜେନେଟିସିଷ୍ଟ ପ୍ରଫେସର ଜ୍ଞାନେଶ୍ବର ଚୌବେ କହିଛନ୍ତି- କୋଭିଡକାଳରେ ଲକ୍ଷଣବିହୀନ ସଂକ୍ରମିତଙ୍କ ସଂଖ୍ୟା ବହୁ ଅଧିକ ରହିଥିଲା । ବିଶେଷ କରି ଯୁବସମ୍ପ୍ରଦାୟଙ୍କ କ୍ଷେତ୍ରରେ ଲକ୍ଷଣବିହୀନ ସଂକ୍ରମିତ ଅଧିକ ଥିଲେ ।

ଏହି ଗବେଷଣାରେ ସାମିଲ ଥିଲେ ୩୪ଟି ଗବେଷଣା ପ୍ରତିଷ୍ଠାନର ୮୮ ଜଣ ବୈଜ୍ଞାନିକ । ଗତ ୨୦୨୦ ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ଦେଶର ୬ଟି ରାଜ୍ୟର ୧୪ଟି ଜିଲ୍ଲାର ସହରାଞ୍ଚଳରେ ଗବେଷକମାନେ କରିଥିବା ସେରୋସର୍ଭେ ରିପୋର୍ଟ ଅନୁସାରେ ଏହି ତଥ୍ୟ ପ୍ରକାଶିତ ହୋଇଛି ।

ବିଭିନ୍ନ ଗାଣିତିକ ଅନୁପାତ ଅନୁସାରେ ଏହି ଆକଳନ କରାଯାଇଥିବାବେଳେ ଆଣ୍ଟିଜେନ ଟେଷ୍ଟ କିମ୍ବା ଆରଟିପିସିଆର ଟେଷ୍ଟ ବଦଳରେ ସେରୋସର୍ଭେଲାନ୍ସକୁ ଗୁରୁତ୍ବ ଦିଆଯାଇଥିଲା ବୋଲି କହିଛନ୍ତି ଟିମର ନେତା ପ୍ରଫେସର ଭି.ଏନ. ମିଶ୍ରା । ବର୍ତ୍ତମାନ ସୁଦ୍ଧା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୪ କୋଟି ୪୭ ଲକ୍ଷ ଦର୍ଶାଯାଉଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୩୧ ହଜାର ବୋଲି ଦର୍ଶାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com