ସ୍ୱାସ୍ଥ୍ୟ

କୋଭିଡରୁ ସୁସ୍ଥ ହେବା ପରେ ବି ଅକାମୀ ହୋଇଯିବ ଫୁସଫୁସ ଓ ଅନ୍ୟ ଅଙ୍ଗ !

କୋଭିଡକୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । କୋଭିଡରୁ ସୁସ୍ଥ ହେବା ପରେ ବି ରୋଗୀ ଫୁସଫୁସ୍ ସମସ୍ୟା ଭୋଗୁଥିବା ଜଣାପଡ଼ିଛି । କରୋନା ଭାଇରସର କେନ୍ଦ୍ରସ୍ଥଳୀ କୁହାଯାଉଥିବା ଚୀନର ବୁହାନର ଗବେଷକମାନେ କୋଭିଡରୁ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ଉପରେ ଏକ ଷ୍ଟଡି କରିଥିଲେ ।

ତେବେ ସୁସ୍ଥ ହେବାର ୨ ବର୍ଷ ପରେ ବି ରୋଗୀଙ୍କ ଠାରେ ଫୁସଫୁସ ସମସ୍ୟା ରହୁଥିବା ନେଇ ତଥ୍ୟ ସାମ୍ନାକୁ ଆସିଥିଲା । ଅଧିକାଂଶ ରୋଗୀ ନିଃଶ୍ୱାସ ନେବାରେ ସମସ୍ୟା ଅନୁଭବ କରୁଥିଲେ । ଭାଇରସ କବଳରୁ ମୁକ୍ତି ପାଇବା ପରେ ବି ଫୁସଫୁସ ସମ୍ପୂର୍ଣ୍ଣ ଭାବେ ଠିକ୍ ହୋଇନଥାଏ । ତେଣୁ ଏହି ନୂଆ ଷ୍ଟଡି ଏବେ ନୂଆ ଚିନ୍ତାର କାରଣ ପାଲଟିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com