ଅନ୍ୟାନ୍ୟ

ମହାଶିବରାତ୍ରି ପାଇଁ ଲିଙ୍ଗରାଜରେ ବ୍ୟାପକ ବ୍ୟବସ୍ଥା

ଭୁବନେଶ୍ୱର,୧୭/୦୨/୨୦୨୩ –   ଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରି ପାଇଁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଜାଗର ପାଇଁ ଟ୍ରାଫିକ କଟକଣା ରହିଛି । ୧୦୦ ମିଟର ପରିଧି ମଧ୍ୟରେ ଗାଡି ଚଳାଚଳ ନିଷିଦ୍ଧ କରାଯାଇଛି । ଗଙ୍ଗା ଯମୁନା ଛକରୁ ସ୍ବତନ୍ତ୍ର ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି । ରାତି ୨ ଟାରୁ ସେବାୟତ ପରିବାର ଉତ୍ତର ଦ୍ବାର ଦେଇ ଏବଂ ୩ ଟାରୁ ସିଂହଦ୍ବାର ଦେଇ ଶ୍ରଦ୍ଧାଳୁ ପ୍ରବେଶ କରିବେ ।

ଗୋଟିଏ କଣ୍ଟ୍ରୋଲ ରୁମ କରାଯାଇଛି ।  ୪ଟି ସିଫ୍ଟରେ ଡ୍ୟୁଟି କରିବେ ପୁଲିସ । ୧୧ ଆଡସିନାଲ SP, ୧୯ ଜଣ IIC, ୮୦ ଜଣ ASI, ୧୧୦ ହୋମଗାର୍ଡ ଏବଂ ୩୨ ପ୍ଳାଟୁନ ପୁଲିସ ଫୋର୍ସ ନିୟୋଜିତ ହେବେ । SOG ମୁତୟନ ହେବେ । ୧୩ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ପର୍ସ ପକେଟମାର ସହ ସୁନା ଗହଣା ଛିନତାଇ କରିବାର ସମ୍ଭାବନା ରହିଛି । ସେମାନଙ୍କ ପାଇଁ ସାଧା ପୋଷାକରେ ପୁଲିସ ମୁତୟନ କରାଯାଇଛି । ପକେଟମାର, ଛିନତାଇ ଉପରେ CCTV ମଧ୍ୟ ନଜର ରଖିବ ।

Related Articles

Back to top button
WP Twitter Auto Publish Powered By : XYZScripts.com