ଅନ୍ୟାନ୍ୟ

ସ୍ବଦେଶୀ ହେଲିକପ୍ଟର ବ୍ୟବହାର ଉପରେ ଗୁରୁତ୍ବ ଦେବ ଭାରତ

ନୂଆଦିଲ୍ଲୀ: ଆତ୍ମନିର୍ଭର ହେଉଛି ଭାରତ । ବିଦେଶୀ ଅସ୍ତ୍ରଶସ୍ତ୍ର ତୁଳନାରେ ସ୍ବଦେଶୀ ଅସ୍ତ୍ରଶସ୍ତ୍ର ଉପରେ ଗୁରୁତ୍ବ ଦିଆଯାଉଛି । ବିଶେଷକରି ରୁଷ ଉପରେ ଭାରତ ଅଧିକ ନିର୍ଭରଶୀଳ ଥିବାରୁ ତାହାକୁ କମାଇବାକୁ ଉଦ୍ୟମ କରାଯାଉଛି । ଆଗାମୀ କିଛି ବର୍ଷ ମଧ୍ୟରେ ରୁଷ ନିର୍ମିତ ଏମଆଇ-୧୭ ହେଲିକପ୍ଟର ଉପରୁ ନିର୍ବରଶୀଳତା କମାଇ ହାଲ୍ ନିର୍ମିତ ହେଲିକପ୍ଟର ବ୍ୟବହାର ପାଇଁ ଭାରତ ଯୋଜନା କରୁଛି ।

ହାଲ୍ ର ଜଣେ ଅଧିକାରୀ କହିଛନ୍ତି ଯେ ରୁଷିଆର ଏମଆଇ-୧୭ର ସ୍ଥାନ ନେବା ପାଇଁ ଆସନ୍ତା ୮ରୁ ୧୦ ବର୍ଷ ମଧ୍ୟରେ ଭାରତ ପାଖରେ ସ୍ୱଦେଶୀ ମିଡିୟମ ଲିଫ୍ଟ ହେଲିକପ୍ଟର ରହିବ।

ହାଲର ମୁଖ୍ୟ ପରିଚାଳକ ଏରୋଡାଇନାମିକ୍ସର ଅବଦୁଲ୍ ରସିଦ ତାଜର କହିଛନ୍ତି ଯେ ଭବିଷ୍ୟତର ୧୩ ଟନ୍ ଇଣ୍ଡିଆନ୍ ମଲ୍ଟି ରୋଲ୍ ହେଲିକପ୍ଟର ପ୍ରାଥମିକ ଡିଜାଇନ୍ ଆରମ୍ଭ ହୋଇସାରିଛି। ଆମେ ପାଣ୍ଠି ପାଇଁ ଅପେକ୍ଷା କରିଛୁ । ସୁରକ୍ଷା କ୍ୟାବିନେଟ୍ କମିଟି (ସିସିଏସ୍) ର ଅନୁମୋଦନ ହେବାର ଚାରି ବର୍ଷ ମଧ୍ୟରେ ଆମେ ପ୍ରୋଟୋଟାଇପ୍ ର ପ୍ରଥମ ଉଡ଼ାଣ ପାଇଁ ପ୍ରସ୍ତୁତ ହେବୁ।

Related Articles

Back to top button
WP Twitter Auto Publish Powered By : XYZScripts.com