ଅନ୍ୟାନ୍ୟ

ନବ ଦାସଙ୍କ ହତ୍ୟା ନେଇ ଉତ୍ତର ରଖିଲେ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା

ଭୁବନେଶ୍ୱର, ୨୪/୦୨/୨୦୨୩ –    ମନ୍ତ୍ରୀ ନବ ଦାସଙ୍କ ହତ୍ୟା ରହସ୍ୟ ଉନ୍ମୋଚନ ପାଇଁ ଦେଶର ସର୍ବୋତ୍ତମ ବୈଜ୍ଞାନିକ ଓ ଫରେନସିକ୍ ଏକ୍ସପର୍ଟଙ୍କ ସହାୟତା ନିଆଯାଇଛି । ଏପରିକି ମାମଲାର ପାରିପାର୍ଶ୍ବକ ସ୍ଥିତିକୁ ଦେଖି FBIକୁ ତଦନ୍ତରେ ସହାୟତା କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଗୃହ ବିଭାଗ ଅନୁରୋଧ କରିଛି । ଘଟଣାର ସବୁ ଦିଗକୁ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ପ୍ରତ୍ୟକ୍ଷଦର୍ଶୀଙ୍କ ସହିତ ଅନ୍ୟାନ୍ୟ ସାକ୍ଷୀଙ୍କୁ ପଚରାଉଚରା କରାଯାଇଛି । ଅପରାଧର ସ୍ଥାନକୁ ସ୍କାନ କରାଯାଇଛି । ମନ୍ତ୍ରୀ ନବ ଦାସଙ୍କ ହତ୍ୟା ନେଇ ବିଧାନସଭାରେ ଏହି ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ।

ସେହିପରି ଡାକ୍ତରୀ ଟିମ୍ ଅଭିଯୁକ୍ତ ଗୋପାଳର ମାନସିକ ସ୍ଥିତିକୁ ଅନୁଧ୍ୟାନ କରିଛନ୍ତି । ଗୋପାଳର ପଲିଗ୍ରାଫ ଟେଷ୍ଟ ସହ ନାର୍କୋ ଟେଷ୍ଟ ବି କରାଯାଇଛି । ସ୍ବଚ୍ଛତା ପାଇଁ ଜଣେ ଅବସରପ୍ରାପ୍ତ ବିଚାରପତି ତଦନ୍ତର ତଦାରଖ କରୁଛନ୍ତି । ଅନ୍ୟପଟେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ଉଭୟ ବିଜେପି ଓ କଂଗ୍ରେସ କକ୍ଷତ୍ୟାଗ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com