ଅନ୍ୟାନ୍ୟ

ପୋଲିସ ମୁଖ୍ୟାଳୟରେ ଖୋଲିବ ‘ସାଇବର ସିକ୍ୟୁରିଟି ସେଣ୍ଟର ଅଫ୍ ଏକ୍ସିଲେନ୍ସ’

ଭୁବନେଶ୍ୱର, ୦୨/୦୩/୨୦୨୩ –    ରାଜ୍ୟରୁ ସାଇବର ଫ୍ରଡକୁ ମୂଳପୋଛ କରିବା ପାଇଁ ଆକ୍ସନ ମୁଡ଼କୁ ଆସିଛି କମିଶନରେଟ୍ ପୋଲିସ । ସାଇବର ଠକଙ୍କୁ ସାବାଡ଼ କରିବା ପାଇଁ କମିଶନରେଟ୍ ପୋଲିସ ମୁଖ୍ୟାଳୟରେ ‘ସାଇବର ସିକ୍ୟୁରିଟି ସେଣ୍ଟର ଅଫ୍ ଏକ୍ସିଲେନ୍ସ’ ଖୋଲିବାକୁ ଯୋଜନା କରାଯାଉଛି । ଏହି ସେଣ୍ଟର ଖୋଲିବା ପରେ ରାଜ୍ୟରେ ତଦନ୍ତ ପ୍ରକ୍ରିୟା ଆହୁରି ମଜବୁତ ହୋଇପାରିବ ।

ସମସ୍ତ ପ୍ରକାରର ସଚେତନତା, ବିଶେଷଜ୍ଞଙ୍କ ପରାମର୍ଶ, ଅତ୍ୟାଧୁନିକ ଜ୍ଞାନକୌଶଳ କିଛି ବି କାମ କରୁନାହିଁ । ସାଇବର ଫ୍ରଡମାନେ ଅଦୃଶ୍ୟ ଶକ୍ତିର ପ୍ରୟୋଗ କରି କୋଟି କୋଟି ଟଙ୍କା ହଡ଼ପ କରି ନେଉଛନ୍ତି । ଏପରି ଭାବେ ଗତ ଫେବୃଆରୀ ମାସରେ ପାଖାପାଖି ଦେଢ଼ କୋଟି ଟଙ୍କା ହଡ଼ପ କରି ନେଇଛନ୍ତି । ସେହିପରି  ଗତ ୨ ବର୍ଷ ମଧ୍ୟରେ ରାଜଧାନୀ ଭୁବନେଶ୍ୱରରୁ ଠକମାନେ ୨୧ କୋଟି ଟଙ୍କା ଠକି ନେଇଛନ୍ତି । ୨୦୨୨ରେ କେବଳ ରାଜଧାନୀରୁ ୧୨ କୋଟିରୁ ଅଧିକ ଅର୍ଥ ଠକାମି ହୋଇଛି ।

ଠକମାନେ ବକେୟା ବିଦ୍ୟୁତ ବିଲ୍ ଆଳ ଦେଖାଇ, ଅଶ୍ଲୀଳ ଭିଡିଓ ଦେଖାଇ, ଲୋନ୍ ଆପ ବାହାନା କରି ଟଙ୍କା ହଡ଼ପ କରି ନେଉଛନ୍ତି । ଲୋକଙ୍କ ପାଖକୁ ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ, ବିହାର ଆଦି ରାଜ୍ୟରୁ କଲ୍ ଆସୁଛି । ଏପରିକି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅନ୍ୟ ରାଜ୍ୟକୁ ପ୍ରିଆକ୍ଟିଭେଟେଡ୍ ସିମ୍ ଚାଲାଣ ହେଉଥିବା ଦେଖାଯାଉଛି । ଲୋକମାନେ ଏଭଳି ଚତୁର ଠକଙ୍କ ଆଗରେ ହାର ମାନିବାକୁ ବାଧ୍ୟ ହେଉଛନ୍ତି । UPI, କ୍ରେଡିଟ ଓ ଡେବିଟ୍ କାର୍ଡ ମାଧ୍ୟମରେ ସର୍ବାଧିକ ଠକେଇ ହେଉଥିବା ଦେଖାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com