ଅନ୍ୟାନ୍ୟ

ହୃଦଘାତ ପରେ ହୃଦୟର ମରାମତି କରିବ ଜେଲ

 ଭୁବନେଶ୍ୱର, ୦୨/୦୩/୨୦୨୩ –     ହୃଦଘାତ ପରେ ହୃଦୟର ବି ମରାମତି କରା ଯାଇପାରିବ । ଏଥିପାଇଁ କାର୍ଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ସ୍ୱତନ୍ତ୍ର ଭାବେ ଏକ ବାୟୋଜେଲ ପ୍ରସ୍ତୁତ କରିଛନ୍ତି । ଯାହା ହୃଦଘାତ ପରେ ହୃଦୟରେ ହୋଇଥିବା କ୍ଷତକୁ ଠିକ କରିବାର କାମ କରିପାରିବ । ତେବେ ଆସନ୍ତୁ ଜାଣିବା ଯେ ବାୟୋଜେଲକୁ ଶରୀରରେ କେମିତି ପହଞ୍ଚାଯାଇଥାଏ । ଏହା ଶରୀରରେ କେମିତି କାମ କରିଥାଏ ।

ବୈଜ୍ଞାନିକମାନେ ଯେଉଁ ବାୟୋଜେଲକୁ ପ୍ରସ୍ତୁତ କରିଛନ୍ତି ତାହା ଏକ ବହଳିଆ ଜେଲ । ହୃଦଘାତର ଶିକାର ହୋଇଥିବା ବ୍ୟକ୍ତି ଏହା ବ୍ୟବହାର କରିପାରିବେ । ସେମାନେ ଏଥିପାଇଁ ଏଥିରେ ପାଣି ମିଶାଇ ଏହାକୁ ସାମାନ୍ୟ ପତଳା କରିପାରିବେ । ଏହା ପରେ ଏହାକୁ ଇଞ୍ଜେକସନ ଜରିଆରେ ଶରୀର ଭିତରକୁ ନିଆ ଯାଇଥାଏ । ଗୋଟିଏ ଥର ଏହା ଶରୀରରେ ପହଞ୍ଚିବା ପରେ ଏହା କ୍ଷତିଗ୍ରସ୍ତ ହୋଇଥିବା ଅଂଶକୁ ଯାଏ ଏବଂ ତାର ମରାମତି କରିବା ଆରମ୍ଭ କରି ଦେଇଥାଏ । ହୃଦୟରେ ହୋଇଥିବା କ୍ଷତ କାରଣରୁ ଏଥିରେ ଅନେକ ଦାଗ ଦେଖା ଯାଇଥାଏ । ଦେହର ବିଭିନ୍ନ ଅଂଶକୁ ପହଞ୍ଚୁଥିବା ରକ୍ତବାହିକାକୁ ଏହି ଜେଲ ଦ୍ୱାରା ଠିକ କରା ଯାଇପାରିବ ।

ଏହାର ପରୀକ୍ଷଣ ବିଭିନ୍ନ ପଶୁଙ୍କ ଉପରେ କରାଯାଇଛି, ଯାହା ସଫଳ ହୋଇଛି । ଯେତେବେଳେ ଏହାର ଟ୍ରାଏଲ ମୂଷାଙ୍କ ଉପରେ କରା ଯାଇଥିଲା ସେତେବେଳେ ଶରୀରରେ କଷ୍ଟ କମିଥିଲା ଏବଂ କ୍ଷତ ମଧ୍ୟ ସମ୍ପୂର୍ଣ୍ଣ ମରାମତି ହୋଇଥିଲା । ବୈଜ୍ଞାନିକ ଏହା ମଧ୍ୟ ଦାବି କରୁଛନ୍ତି ଯେ ପରୀକ୍ଷଣ ବେଳେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ସମସ୍ତଙ୍କୁ ଚକିତ କରିଛି ।

ବର୍ତ୍ତମାନ ବୈଜ୍ଞାନିକ ଗୋଟିଏ ବର୍ଷ ମଧ୍ୟରେ ଏହାର ପରୀକ୍ଷଣ ମଣିଷଙ୍କ ଉପରେ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଆଗାମୀ ପର୍ଯ୍ୟାୟର ପରୀକ୍ଷଣରେ ଏହାକୁ ମଣିଷ ଉପରେ ପ୍ରୟୋଗ କରାଯିବ ଯେଉଁଥି ପାଇଁ FDAର ଅନୁମତି ମଗାଯାଇଛି । ଏହି ବାୟୋଜେଲ ମଣିଷ ଶରୀରର କୋଷିକାକୁ ବୃଦ୍ଧି କରିବାର କାମ କରିଥାଏ । ଏହା ହେବା ଦ୍ୱାରା ହୃଦଘାତ ପରେ ହୋଇଥିବା କ୍ଷତ ଗୁଡିକର ମରାମତି ହୋଇଥାଏ ।

ବର୍ତ୍ତମାନ ସମୟରେ କ୍ଷୟକୁ ମରାମତି କରିବା ପାଇଁ ବାୟୋଜେଲର ବ୍ୟବହାର ସଫଳ ହୋଇଛି । ଏହି କାରଣରୁ ଗବେଷକ ଟିମ୍ ବାୟୋଜେଲକୁ ଶ୍ରେଷ୍ଠ ବିକଳ୍ପ ଭାବେ ଗ୍ରହଣ କରୁଛନ୍ତି । ଏହାକୁ ଅତି ସହଜରେ ଶରୀରରେ ପ୍ରବେଶ କରାଯାଉଥିବାରୁ ଶରୀରରେ ଏହା ପହଞ୍ଚିବା ପାଇଁ କଷ୍ଟର ସାମ୍ନା କରିବାକୁ ପଡିନଥାଏ ।

 

Related Articles

Back to top button
WP Twitter Auto Publish Powered By : XYZScripts.com