Featuredଓଡ଼ିଶାବିଜ୍ଞାନ ଓ ପ୍ରଯୁକ୍ତି

ଓଡ଼ିଶା ଉତ୍ପାଦନ କରିବ ଚିପ୍

ରାଜ୍ୟକୁ ଆଗକୁ ନେବାକୁ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ଏହା ମଧ୍ୟରେ ରାଜ୍ୟ ସରକାର ଦେଶର ପ୍ରଥମ ରାଜ୍ୟ ଭାବେ ଚିପ୍ ଉତ୍ପାଦନ କରିବାକୁ ଯାଉଛନ୍ତି । ଯଦି ସବୁକିଛି ଠିକଠାକ ରୁହେ, ତେବେ ସାରା ଦେଶର ଚିପ୍ ଆବଶ୍ୟକତାକୁ ପୂରଣ କରିବ ଓଡ଼ିଶା । ଏଥିସହିତ ବିଦେଶକୁ ମଧ୍ୟ ଚିପ୍ ରପ୍ତାନୀ କରାଯିବ ।

ତେବେ ରାଜ୍ୟ ସରକାର ଚିପ୍ ଉତ୍ପାଦନ କରିବା ସହିତ ରାଜ୍ୟର ଯୁବକ, ଯୁବତୀଙ୍କୁ ଟ୍ରେନିଂ ଦେଇ ସେମାନଙ୍କର ଦକ୍ଷତା ବିକାଶ କରିବେ । ଚଳିତ ବର୍ଷ ଓଡ଼ିଶା ଚିପ୍ ଉତ୍ପାଦନ ପାଇଁ ବଜେଟରେ ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଅର୍ଥ ବ୍ୟୟବରାଦ କରାଯାଇଛି । ରାଜ୍ୟର ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ ଟ୍ରେନିଂ ଦିଆଗଲେ ସେମାନେ ଏହି ଚିପ୍ ପ୍ରସ୍ତୁତ କରିପାରିବେ । ରାଜ୍ୟ ବାହାରେ ବହୁ ଯୁବକ, ଯୁୁବତୀ ଚିପ୍ ଡିଜାଇନ କରି ୪୦-୫୦ ହଜାର ଟଙ୍କାରେ ଚାକିରି କରୁଛନ୍ତି । ତେଣୁ ପ୍ରଶିକ୍ଷଣ ପରେ ସେମାନଙ୍କ ପାଇଁ ଲକ୍ଷାଧିକ ଟଙ୍କା ରୋଜଗାର କରିବାର ସୁଯୋଗ ସୃଷ୍ଟି ହେବ ବୋଲି ରାଜ୍ୟ ଆଇଟି ସଚିବ ମନୋଜ କୁମାର ମିଶ୍ର ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com