କ୍ରୀଡ଼ା

WPL : ଗୁଜରାଟକୁ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ

ଭୁବନେଶ୍ୱର , ୦୫/ ୦୩/ ୨୦୨୩ –     BCCI ତରଫରୁ ଚଳିତ ବର୍ଷ ପ୍ରଥମ କରି ଆରମ୍ଭ ହୋଇଛି  ମହିଳା ପ୍ରିମିୟର ଲିଗ୍ – WPL । ଶନିବାର ଏହାର ଟ୍ରଫି ମଧ୍ୟ ଉନ୍ମୋଚିତ ହୋଇଛି । ଏଥିସହିତ ଶନିବାର ଉଦଘାଟନୀ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ପରାସ୍ତ କରିଛି ଗୁଜରାଟକୁ । ତେବେ ୫ଟି ଟିମକୁ ନେଇ ଖେଳାଯାଉଥିବା ଏହି ଟୁର୍ଣ୍ଣାମେଣ୍ଟର ଲିଗ୍ ପର୍ଯ୍ୟାୟ ମାର୍ଚ୍ଚ ୨୧ ତାରିଖରେ ଶେଷ ହେବ । ଯେଉଁଥିରେ ମୁମ୍ବାଇ ଇଣ୍ଡିଆନ୍ସ ସହିତ ୟୁପି ୱାରିୟର୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ଗୁଜରାଟ ଜାଏଣ୍ଟଓ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଦଳ ଭାଗ ନେଇଛନ୍ତି ।

ଇଣ୍ଡିଆନ୍ ପ୍ରିମିୟର ଲିଗ୍ IPL ଢାଞ୍ଚାରେ ଏହାର ମ୍ୟାଚ୍ ଖେଳାଯାଉଛି । ପଏଣ୍ଟ ଟେବୁଲର ଟପରେ ଥିବା ଗୋଟିଏ ଟିମ୍ ସିଧାସଳଖ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ । ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଥିବା ଟିମ୍ ଫାଇନାଲ ଖେଳିବାକୁ ଲଢିବେ ।

ମାର୍ଚ୍ଚ ୨୬ ତାରିଖରେ WPLର ଫାଇନାଲ ମ୍ୟାଚ୍ ଖେଳାଯିବ । ଚାମ୍ପିୟନ୍ ଦଳକୁ ପୁରସ୍କାର ବାବଦକୁ ୬ କୋଟି ଟଙ୍କା ମିଳିବ । ସେହିପରି ଟୁର୍ଣ୍ଣାମେଣ୍ଟର ରନର୍ସ ଅପ ଦଳକୁ ୩ କୋଟି ଓ ତୃତୀୟ ସ୍ଥାନରେ ଥିବା ଟିମକୁ ୧ କୋଟି ଟଙ୍କା ମିଳିବ । ଏହି ଟୁର୍ଣ୍ଣାମେଣ୍ଟର ପ୍ରସାରଣ ଅଧିକାର ଭାୟାକମ୍ ୧୮ ନେଇଛି । ଏହସହ ଜିଓ ସିନେମାରେ ଏହାର ସିଧାପ୍ରସାରଣ ଦେଖା ଯାଇପାରିବ ।

Related Articles

Back to top button
WP Twitter Auto Publish Powered By : XYZScripts.com