ଅନ୍ୟାନ୍ୟ

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା, ଶ୍ରୀକ୍ଷେତ୍ରରେ ଭକ୍ତ ସହ ଫଗୁ ଖେଳିବେ ମହାପ୍ରଭୁ

ଭୁବନେଶ୍ୱର, ୦୭/ ୦୩/ ୨୦୨୩ –   ଆଜି ହେଉଛି ପବିତ୍ର ଦୋଳ ପୂର୍ଣ୍ଣିମା । ମହାପ୍ରଭୁଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହା ହେଉଛି ଏକ ଅନ୍ୟତମ ଯାତ୍ରା । ଏହାର ବିଶେଷତ୍ୱ ହେଉଛି ମହାପ୍ରଭୁ ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୁଷିତ ହୋଇ ଭକ୍ତଙ୍କ ସହ ଫଗୁ ଖେଳନ୍ତି। ଗୋଟିଏ ପଟେ ମହାପ୍ରଭୁ ସୁନାବେଶ ଦର୍ଶନ ଦେଉଥିବା ବେଳେ ଅନ୍ୟପଟେ ସକାଳ ଧୂପ ସରିବା ପରେ ଦୋଳଗୋବିନ୍ଦ ଶ୍ରୀଦେବୀ ଓ ଭୁଦେବୀଙ୍କ ସହ ଦୋଳବେଦୀକୁ ବିଜେ କରିଥାନ୍ତି ।

ଘଣ୍ଟଘଣ୍ଟା , ଶଂଙ୍ଖ ହୁଳହୁଳିରେ ହଜାର ହଜାର ଭକ୍ତ ଆଜି ମହାପ୍ରଭୁଙ୍କ ସହ ଫଗୁ ଖେଳିବାର ପରମ୍ପରା ରହିଛି । ଶ୍ରୀମନ୍ଦିରରୁ ଖଇକୋରା ପ୍ରସାଦ ପାଇ ଦୋଳଗୋବିନ୍ଦ, ଶ୍ରୀଦେବୀ ଭୁଦେବୀ ଭୋଗ ପାଇ ଦୋଳବେଦୀକୁ ବିଜେ କରିବା ସମୟରେ ଏଭଳି ନିଆରା ଦୃଶ୍ୟକୁ ବେଶ୍ ଉପଭୋଗ କରିଥାନ୍ତି ଭକ୍ତ ।

ସେପଟେ ରତ୍ନସିଂହାସନରୁ ମହାପ୍ରଭୁ ରାଜାଧିରାଜ ଅର୍ଥାତ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୁଷିତ ହୋଇ ସୁନା ବେଶରେ ଦର୍ଶନ ଦିଅନ୍ତି ଶ୍ରୀଜୀୟୁ । ନୀତି ନିର୍ଘଣ୍ଟ ଅନୁସାରେ ଭୋର ସାଢେ ତିନିଟା ସମୟରେ ଭିତରଚ୍ଛ ଦ୍ୱାର ଫିଟା ନିତି ସାରିବା ପରେ ମଙ୍ଗଳ ଆଳତୀ, ମଇଲମ, ତଡପଲାଗି, ଅବକାଶ ସରିବା ପରେ ମହାପ୍ରଭୁଙ୍କର ସୁନା ବେଶ ହୋଇଥାଏ ।

Related Articles

Back to top button
WP Twitter Auto Publish Powered By : XYZScripts.com