ବାଣିଜ୍ୟ

ଓଡ଼ିଶାରେ ସ୍ଥାପନ ହେବ ୭୪୧ଟି ଶିଳ୍ପ

ଭୁବନେଶ୍ୱର ୧୨/ ୦୩/ ୨୦୨୩ –     ଆସନ୍ତା ୫ ବର୍ଷ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ୭୪୧ଟି ଶିଳ୍ପ ସ୍ଥାପନ କରାଯିବ । ଏଥିପାଇଁ ୧୦ ଲକ୍ଷ ୪୮ ହଜାର ୮୦୭ କୋଟି ଟଙ୍କାର ଆଗ୍ରହ ପ୍ରସ୍ତାବ ମେକ୍‌‌ ଇନ ଓଡ଼ିଶା କନକ୍ଲେଭ୍‌‌ ୨୦୨୨ ମାଧ୍ୟମରେ ବିଭିନ୍ନ ଶିଳ୍ପ ଅନୁଷ୍ଠାନରୁ ଆସିଛି । ଏହିସବୁ ଶିଳ୍ପ ଗୁଡ଼ିକ କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କେନ୍ଦୁଝର, ଖୋର୍ଦ୍ଧା, ଯାଜପୁର, ଭଦ୍ରକ, ଅନୁଗୁଳ, ଗଞ୍ଜାମ, ସୁନ୍ଦରଗଡ଼, ମୟୂରଭଞ୍ଜ, ସମ୍ବଲପୁର ଓ ବଲାଙ୍ଗିର ଭଳି ଜିଲ୍ଲାରେ ପ୍ରମୁଖ ଶିଳ୍ପ ପ୍ରତିଷ୍ଠାନ ନିର୍ମାଣ କରାଯିବ ।

ଏହା ମାଧ୍ୟମରେ ୧୦ ଲକ୍ଷ ୩୭ ହଜାର ୭୦୧ ଜଣ ଯୁବକଯୁବତୀଙ୍କୁ ନିଯୁକ୍ତି ମିଳିବ ବୋଲି ସରକାର ଆକଳନ କରିଛନ୍ତି । ତେବେ ସମୁଦାୟ ୨୨ଟି କ୍ଷେତ୍ରରେ ପୁଞ୍ଜିନିବେଶ ହେବାକୁ ଯାଉଥିବା ସରକାରୀ ତଥ୍ୟରୁ ସ୍ପଷ୍ଟ ହୋଇଛି ।ସେହିଭଳି ଖଣିଜ କ୍ଷେତ୍ରରେ ୫ ଲକ୍ଷ ୪୯ ହଜାର ୫୧୬ କୋଟି, ଶକ୍ତି ଓ ଅକ୍ଷୟ ଶକ୍ତି କ୍ଷେତ୍ରରେ ୨ ଲକ୍ଷ ୫୭ ହଜାର ୩୯୨, ଭିତ୍ତିଭୂମି କ୍ଷେତ୍ରରେ ୧ ଲକ୍ଷ ୧୯ ହଜାର ୧୩୭, କେମିକାଲ୍‌‌ ତଥା ପେଟ୍ରୋକେମିକାଲ କ୍ଷେତ୍ରରେ ୭୬ ହଜାର ୨୯ କୋଟି, ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ୯ ହଜାର ୬୧୦ କୋଟି, ପର୍ଯ୍ୟଟନ କ୍ଷେତ୍ରରେ ୮ ହଜାର ୨୩୫ କୋଟି, କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ୭ ହଜାର ୨୧୯ ଜଙ୍ଗଲ ଓ କାଗଜ ଉତ୍ପାଦନ କ୍ଷେତ୍ରରେ ୫ ହଜାର ୩୦୬ କୋଟି ଓ ସିମେଣ୍ଟ ଉତ୍ପାଦନ କ୍ଷେତ୍ରରେ ୫ ହଜାର ୧୨ କୋଟି ଟଙ୍କା ନିବେଶ ହେବ ।

ସେହିଭଳି ଅନ୍ୟାନ୍ୟ ବିଭାଗରେ ମଧ୍ୟ ବଡ଼ ପରିମାଣର ଅର୍ଥ ଆଗାମୀ ୫ ବର୍ଷରେ ନିବେଶ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି। ତେବେ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକ ରାଜ୍ୟ ପାଇଁ ବ୍ୟାପକ ନିଯୁକ୍ତି ଆଣିବ ବୋଲି ରାଜ୍ୟ ସରକାର ଦାବି କରିଛନ୍ତି । ସୂଚନା ଅନୁଯାୟୀ, ଖଣିଜ କ୍ଷେତ୍ରରେ ୩ ଲକ୍ଷ ୫୬ ହଜାର ୧୫ ଜଣ, ଶକ୍ତି କ୍ଷେତ୍ରରେ ୯୯ ହଜାର ୪୪୪ ଜଣ, ଭିତ୍ତିଭୂମି କ୍ଷେତ୍ରରେ ୧ ଲକ୍ଷ ୮୮ ହଜାର ୬୩୯ ଜଣ, ସାର ଓ ପେଟ୍ରୋକେମିକାଲ୍‌‌ ଓ ଆନୁଷଙ୍ଗିକ କ୍ଷେତ୍ରରେ ୬୪ ହଜାର ୭୯୦ ଜଣ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ୫୨ ହଜାର ୩୨୦ ଜଣଙ୍କୁ ନିଯୁକ୍ତି ମିଳିବ ।

Related Articles

Back to top button
WP Twitter Auto Publish Powered By : XYZScripts.com