ଅନ୍ୟାନ୍ୟ

ଦ୍ୱୈତ ଡିଗ୍ରୀ ହୋଇପାରୁନି ନିଷ୍ପତ୍ତି

ଭୁବନେଶ୍ୱର, ୧୨/୦୩/୨୦୨୩ –   ଏକକାଳୀନ ଦ୍ୱୈତ ଡିଗ୍ରି ବ୍ୟବସ୍ଥା UGCର ନିଷ୍ପତ୍ତି ଅନୁଯାୟୀ ଡିପ୍ଲୋମା, ସ୍ନାତକ ଓ ସ୍ନାତକୋତ୍ତରରେ ଲାଗୁ ହେବ । ରାଜ୍ୟର ଛାତ୍ରଛାତ୍ରୀ ଏହାକୁ ନେଇ ଉତ୍ସାହିତ ହୋଇଥିଲେ ମଧ୍ୟ ଓଡ଼ିଶାର କୌଣସି ବିଶ୍ୱବିଦ୍ୟାଳୟ ଏ ସଂକ୍ରାନ୍ତରେ ଏଯାଏଁ ନିଷ୍ପତ୍ତି ଗ୍ରହଣ କରି ନାହାନ୍ତି । ଉଚ୍ଚଶିକ୍ଷା ବିଭାଗ ମଧ୍ୟ ଏ ସମ୍ପର୍କରେ କୌଣସି ନୀତିଗତ ନିଷ୍ପତ୍ତି ଗ୍ରହଣ କରିନି ।

ଫଳରେ ରାଜ୍ୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏନେଇ ଅସନ୍ତୋଷ ଦେଖା ଦେବା ସହ ନୂଆ ଶିକ୍ଷାବର୍ଷ ଆରମ୍ଭରୁ ଉଚ୍ଚଶିକ୍ଷା ବିଭାଗ ଏ ସମ୍ପର୍କରେ ନୀତିଗତ ନିଷ୍ପତ୍ତି ଗ୍ରହଣ କରିବା ପାଇଁ ପିଲାମାନେ ଦୃଢ଼ ଦାବି କରିଛନ୍ତି । ଦ୍ୱୈତ ଡିଗ୍ରୀ ପାଠ୍ୟକ୍ରମରେ ନାମଲେଖା ସମ୍ପର୍କିତ ମାର୍ଗଦର୍ଶିକା ଅନୁଯାୟୀ କେବଳ ଅନଲାଇନ୍‌‌ କିମ୍ବା ଦୂର ନିରନ୍ତର ନୁହଁ, ଦୁଇଟି ଯାକ ଡିଗ୍ରୀ ରେଗୁଲାର୍‌‌ ମୋଡ୍‌‌ରେ ହୋଇ ପାରିବ । ଦୁଇଟି ରେଗୁଲାର୍‌‌ ପାଠ୍ୟକ୍ରମ ପାଇଁ ଅଲଗା ଅଲଗା କ୍ଲାସ ସମୟ ରହିବା ଆବଶ୍ୟକ । ଡିପ୍ଲୋମା, ୟୁଜି ଓ ପିଜି ଆଦି ଡିଗ୍ରୀ ସ୍ତରରେ ଏହି ବ୍ୟବସ୍ଥା ଲାଗୁ ହେବାକୁ ଥିବାବେଳେ M.Phil ଓ Ph.Dରେ ଦ୍ୱୈତ ଡିଗ୍ରୀ ବ୍ୟବସ୍ଥା ଲାଗୁ ହେବ ନାହିଁ ବୋଲି UGC କହିଥିଲା ।

ଉଚ୍ଚଶିକ୍ଷାର ଚାହିଦା ବୃଦ୍ଧି ଏବଂ ନିୟମିତ ଷ୍ଟ୍ରିମ୍‌‌ରେ ସିଟ୍‌‌ ଉପଲବ୍ଧତା ସହିତ ଅନେକ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଛାତ୍ରଛାତ୍ରୀଙ୍କ ଆକାଂକ୍ଷାକୁ ପୂରଣ କରିବା ପାଇଁ ମୁକ୍ତ ଏବଂ ଦୂର ନିରନ୍ତର ଶିକ୍ଷା ମୋଡରେ ଅନେକ କାର୍ଯ୍ୟକ୍ରମ ଆରମ୍ଭ କରିଛି ।ଅପରପକ୍ଷେ ଏ ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ନିକଟରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁଳପତି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ନୂଆ ଶିକ୍ଷାନୀତି ସମ୍ପର୍କରେ ଆଲୋଚନା କରାଯିବା ସହ ଦ୍ୱୈତ ଡିଗ୍ରୀ ସମ୍ପର୍କରେ ଆଲୋଚନା କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com