କ୍ରୀଡ଼ା

ଟେଷ୍ଟ କ୍ରିକେଟରେ କୋହଲିଙ୍କ ୨୮ ତମ ଶତକ ପୂରଣ

ଅହମ୍ମଦାବାଦ, ୧୨/୦୩/୨୦୨୩ –   ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟର ଚତୁର୍ଥ ଦିନରେ ଶତକ ହାସଲ କରିଛନ୍ତି ବିରାଟ କୋହଲି । ଟେଷ୍ଟ କ୍ରିକେଟରେ ଏହା ହେଉଛି ତାଙ୍କର ୨୮ ତମ ଶତକ । ସେ ୨୪୧ ବଲରେ ଶତକ ପୂରଣ କରିଥିଲେ । ଏହାସହ ଅନ୍ତର୍ଜାତୀୟ କ୍ରିକେଟରେ ୭୫ତମ ଶତକ ହାସଲ କରିଛନ୍ତି କୋହଲି ।

୨୩ ନଭେମ୍ବର ୨୦୧୯ ପରଠାରୁ ଟେଷ୍ଟ କ୍ରିକେଟରେ ଶତକ ହାସଲ କରିନଥିଲେ ବିରାଟ । ତେବେ ଅହମ୍ମଦାବାଦରେ ବର୍ଡର-ଗାଭାସ୍କର ଟ୍ରଫିରେ ୧୨୦୪ ଦିନର ଅପେକ୍ଷା ପରେ ଶତକ ହାସଲ କରିଛନ୍ତି କୋହଲି ।

Related Articles

Back to top button
WP Twitter Auto Publish Powered By : XYZScripts.com