ଓଡ଼ିଶା

ଆସୁଛି ଆଉ ଏକ ପଶ୍ଚିମା ଝଡ଼

ଭୁବନେଶ୍ୱର,୧୩/୦୩/୨୦୨୩ –   ୧୫ ତାରିଖରୁ ସକ୍ରିୟ ହେବ ଆଉ ଏକ ପଶ୍ଚିମା ଝଡ । ଏହା ପ୍ରଭାବରେ ୧୭ ତାରିଖ ପର୍ଯ୍ୟନ୍ତ ଘଡଘଡି ବିଜୁଳି ସହ ବର୍ଷା ହେବା ସମ୍ଭାବନା ରହିଛି । ଏନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର ।

ଉପକୂଳ ଏବଂ ପାର୍ଶ୍ଵବର୍ତ୍ତୀ ଜିଲ୍ଲାରେ ଏହାର ପ୍ରଭାବ ପଡ଼ିବ । ୧୫ ତାରିଖରେ କେନ୍ଦ୍ରାପଡା, ଭଦ୍ରକ, କେନ୍ଦୁଝର, ଯାଜପୁର, ଢେଙ୍କାନାଳ, ବାଲେଶ୍ୱର, ମୟୂରଭଞ୍ଜ, କୋରାପୁଟ, ରାୟଗଡା, ଗଜପତିରେ ବିଜୁଳି ଘଡଘଡି ସହ ବର୍ଷା ହେବା ସମ୍ଭାବନା ରହିଛି ।

୧୬ରେ ଗଜପତି, କନ୍ଧମାଳ, କୋରାପୁଟ, ବାଲେଶ୍ୱର, ଯାଜପୁର, ଢେଙ୍କାନାଳ, ଭଦ୍ରକକୁ କାଳ ବୈଶାଖି ସତର୍କତା ଜାରି କରାଯାଇଛି । ୧୭ରେ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷାହେବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେପଟେ କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁରରେ ବର୍ଷା ସହ ଘଣ୍ଟାପ୍ରତି ୪୫ ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com