ଜୀବନଶୈଳୀ

ରାଜ୍ୟ ଡ୍ରାଇଭର ମହାସଂଘର ଆନ୍ଦୋଳନ ଯୋଗୁଁ ପରିବହନ ସେବା ବିପର୍ଯ୍ୟସ୍ତ

ଭୁବନେଶ୍ୱର,୧୫/୦୩/୨୦୨୩ –   ବୁଧବାର ଠାରୁ ରାଜ୍ୟ ଡ୍ରାଇଭର ମହାସଂଘ ଷ୍ଟିୟରିଂଛାଡ଼ ଆନ୍ଦୋଳନ ଡାକରା ଦେଇଛି ।  ଅନେକ ଲୋକ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏହା ସହିତ ମାଲ ପରିବହନ ସେବା ବାଧାପ୍ରାପ୍ତ ହୋଇଛି । ଯେଉଁ ଗାଡି ଗୁଡିକ ଯାତାୟାତ କରୁଛି ସେଗୁଡିକୁ ଅଟକା ଯାଉଛି ।

ରାଜ୍ୟ ଘରୋଇ ବସ୍ ମାଲିକ ସଂଘ, ଓଡ଼ିଶା ଟ୍ରକ ମାଲିକ ମହାସଂଘ ଆନ୍ଦୋଳନକୁ ସମର୍ଥନ କରିନାହାନ୍ତି । ଅନଲାଇନ କ୍ୟାବ୍ ଓ ଅଟୋ ମହାସଂଘ ସମେତ ଓଡ଼ିଶା ସଡ଼କ ପରିବହନ ଶ୍ରମିକ ମହାସଂଘ ମଧ୍ୟ ଆନ୍ଦୋଳନକୁ ମଧ୍ୟ ବିରୋଧ କରିଛି । ରାଜ୍ୟରେ ପରୀକ୍ଷା ଚାଲିଥିବା ବେଳେ ଏଭଳି ଆନ୍ଦୋଳନ ଉଚିତ ନୁହେଁ ବୋଲି ବସ୍ ମାଲିକ ଓ ଡ୍ରାଇଭର କହିଛନ୍ତି ।

ଅନ୍ୟପଟେ ଆନ୍ଦୋଳନ ନାଁରେ ଡ୍ରାଇଭର ଦାଦାଗିରି ଅଭିଯୋଗ ହୋଇଛି । ଗାଡ଼ି ଚଳାଚଳରେ କେହି ବାଧାଦେଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଭୁବନେଶ୍ୱରରେ ଅତିରିକ୍ତ ସୁରକ୍ଷା ଦାୟିତ୍ବରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ଓ ୪୦ ଅଫିସର ମୁତୟନ ହୋଇଛନ୍ତି ।ଲୋକମାନେ ଅସୁବିଧାର ସମ୍ମୁଖୀନ ହେଲେ ପୋଲିସକୁ ଅଭିଯୋଗ କରିପାରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com