Featuredଜାତୀୟରାଜନୀତି

୨୫ରେ ସିବିଆଇରେ ହାଜର ହେବେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ

ଚାକିରି ଲାଗି ଜମି ମାମଲା । ଆସନ୍ତା ୨୫ ତାରିଖରେ ସିବିଆଇ ନିକଟରେ ହାଜର ହେବେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ । ଦିଲ୍ଲୀ ହାଇକୋର୍ଟ ନିକଟରେ ଏହା କହିଛନ୍ତି ତେଜସ୍ବୀ । ୩ ଥର ସମନ ଏଡାଇବା ପରେ ଆସନ୍ତା ୨୫ରେ ହାଜର ହେବା ଲାଗି କହିଛନ୍ତି ତେଜସ୍ବୀ ।

ତେଜସ୍ବୀଙ୍କ ଏହି ବୟାନ ପରେ ଚଳିତ ମାସରେ ତେଜସ୍ବୀଙ୍କୁ ଗିରଫ କରାଯିବା ସମ୍ଭାବନା ନାହିଁ । ଗର୍ଭବତୀ ପତ୍ନୀ ହସ୍ପିଟାଲରେ ଥିବାରୁ ସେ ହାଜର ହୋଇପାରିବେ ନାହିଁ । ପୂର୍ବରୁ ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଓ ପତ୍ନୀ ରାବଡି ଦେବୀଙ୍କୁ ବି ସିବିଆଇ କରିଥିଲା ପଚରାଉଚରା ।

Related Articles

Back to top button
WP Twitter Auto Publish Powered By : XYZScripts.com