କ୍ରୀଡ଼ା

IPL ରେ ସବୁଠାରୁ ଅଧିକ ଶତକ ମାରିଥିବା ଖେଳାଳି

ଭୁବନେଶ୍ୱର, ୧୬/୦୩/୨୦୨୩ –    ଭାରତରେ I.P.L. ଏକ ଲୋକପ୍ରିୟ ଖେଳ । ଭାରତର ଯେଉଁ ଷ୍ଟାଡିୟମରେ I.P.L. ଖେଳା ଯାଉନା କାହିଁକି ଦର୍ଶକଙ୍କ ଭିଡ ସବୁଠି ରହିଥାଏ । କାରଣ ଏଥିରେ ବିଶ୍ୱର ଅନେକ ନାମୀଦାମୀ ଖେଳାଳି ଦର୍ଶକଙ୍କ ମନୋରଞ୍ଜନ କରିଥାନ୍ତି । ତେବେ ଏହି ମନୋରଞ୍ଜନ ଭିତରେ ଆଜି ଆମେ ଆପଣଙ୍କୁ କହିବୁ I.P.L.ରେ ୩ ବା ତାଠାରୁ ଅଧିକ ସଂଖ୍ୟକ ଶତକ ମାରିଥିବା ଖେଳାଳିଙ୍କ ସମ୍ପର୍କରେ ।

୨୦୨୨ ମସିହା ସୁଦ୍ଧା ଆଇପିଏଲର ୧୫ ଟି ସଂସ୍କରଣ ଶେଷ ହୋଇଛି । ତେବେ ଏହି ୧୫ ବର୍ଷ ମଧ୍ୟରେ ମୋଟ୍ ୮ ଜଣ ଖେଳାଳି ସବୁଠୁ ଅଧିକ ସଂଖ୍ୟକ ଶତକ ହାସଲ କରିଛନ୍ତି । ତେବେ ଏହି ଖେଳାଳିମାନଙ୍କ ଭିତରେ ପ୍ରଥମରେ ରହିଛନ୍ତି କ୍ରିସ ଗେଲ । ସେ I.P.L.ରେ ୬ ଟି ଶତକୀୟ ପାଳି ଖେଳିଛନ୍ତି । ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି ବିରାଟ କୋହଲି । କୋହଲି ଏପର୍ଯ୍ୟନ୍ତ ୫ଟି ଶତକ ମାରିଛନ୍ତି । ବିରାଟଙ୍କ ପଛକୁ ଜୋସ ବଟ୍ଟଲରଙ୍କ ନାମ ତୃତୀୟରେ ରହିଛି ।

ବଟ୍ଟଲର ମଧ୍ୟ ଏପର୍ଯ୍ୟନ୍ତ ୫ଟି ଶତକ ହାସଲ କରିଛନ୍ତି । ଏହି ତାଲିକାର ଚତୁର୍ଥ ସ୍ଥାନରେ ଡେଭିଡ ୱାର୍ନର ରହିଛନ୍ତି । ୱାର୍ନର ବର୍ତ୍ତମାନ ସୁଦ୍ଧା ୪ଟି ଶତକ ନିଜ ନାମରେ କରିଛନ୍ତି । ଲୋକେଶ ରାହୁଲ ଏହି ତାଲିକାରେ ରହିଛନ୍ତି ପଞ୍ଚମ ସ୍ଥାନରେ । ରାହୁଲ ୪ ଥର ଆଇପିଏଲରେ ଶତକ କରିଛନ୍ତି । ସେହିପରି ସେନ ୱାଟସନ ମଧ୍ୟ ୪ଟି ଶତକ ମାରିବା ସହ ଷଷ୍ଠ ସ୍ଥାନରେ ଅଛନ୍ତି । ଡିଭିଲିୟର୍ସ ଏହି ତାଲିକାରେ ସପ୍ତମ ସ୍ଥାନରେ ରହିଛି । ଏବି ଏପର୍ଯ୍ୟନ୍ତ ୩ଥର ଆଇପିଏଲରେ ଶତକ ମାରିଛନ୍ତି । ଏହି ତାଲିକାରେ ଶେଷରେ ଆସୁଛନ୍ତି ସଞ୍ଜୁ ସାମସନ । ସଞ୍ଜୁ ଏଯାବତ୍ ୩ଟି ଶତକ ନିଜ ନାମରେ କରିଛନ୍ତି । ତେବେ ଏହା ଥିଲା ଆଇପିଏଲରେ ବର୍ତ୍ତମାନ ସୁଦ୍ଧା ସବୁଠୁ ଅଧିକ ଶତକ କରିଥିବା ଖେଳାଳିଙ୍କ ବିଷୟରେ ।

Related Articles

Back to top button
WP Twitter Auto Publish Powered By : XYZScripts.com