ଅନ୍ୟାନ୍ୟ

ଗିରଫ ହେଲେ ୪୨୦ ଦମ୍ପତ୍ତି

ଭୁବନେଶ୍ୱର, ୧୮/୦୩/୨୦୨୩ –   ୩ ବର୍ଷର ଅଦାଲତି ମାମଲା ପରେ ଏକ ଠକ ଦମ୍ପତିଙ୍କ ୨ ମହଲା କୋଠା ହଡ଼ପ ଯୋଜନା ପଣ୍ଡ ହୋଇଛି । ନକଲି ରେଜିଷ୍ଟ୍ରି ରେକର୍ଡ ଓ ଘର ମାଲିକଙ୍କୁ ଦୁଷ୍କର୍ମ ମାମଲାରେ ଛନ୍ଦି କୋଟି କୋଟି ଟଙ୍କାର ଘର  ହାଇଜାକ କରିବାର ପ୍ଲାନ ଫସର ଫାଟି ଯାଇଛି । ମାମଲାରେ ଚନ୍ଦ୍ରଶେଖରପୁର ଥାନା ପୁଲିସ  ଉଭୟ ପତି-ପତ୍ନୀକୁ ଗିରଫ କରି ଝାରପଡ଼ା ବିଚାର ବିଭାଗୀୟ ହାଜତକୁ  ପାଠାଇ ଦେଇଛି ।

ଗିରଫ ଦମ୍ପତି ହେଲେ  ସୋନାଟା ଦାଶ ଓ ତାଙ୍କ  ସ୍ୱାମୀ ସନ୍ଦିପ ପ୍ରସାଦ । ସୋନାଟା ଜଣେ ଫେସିଆଲ୍ ଟ୍ରେନର୍ । ସେ ଏକ ବିୟୁଟି ପାର୍ଲର କରିବା ପାଇଁ ୨୦୧୭ ମସିହାରେ ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟରରେ ଥିବା ସୁମନ ମିଶ୍ର ନାମକ ଜଣେ ମହିଳାଙ୍କ ୨ ମହଲା ବିଶିଷ୍ଟ ଘରର ତଳ ମହଲାକୁ ଭଡ଼ାରେ ନେଇଥିଲେ । ପରେ ଉପର ମହଲା ଖାଲି ହେବା ଦେଖି ସୋନାଟା ପୂରା କୋଠାକୁ ଭଡ଼ାରେ ନେବା ପାଇଁ ସୁମନଙ୍କୁ କହିଥିଲା । ତେଣୁ ପୁଣି ନୂଆ ଚୁକ୍ତିପତ୍ର ବେଳେ ସୋନାଟା ଓ ତାଙ୍କ  ସ୍ୱାମୀ ସନ୍ଦିପ  ଚଞ୍ଚକତା କରି  ଘର ବିକ୍ରି କଥା ଉଲ୍ଲେଖ କରିଥିଲେ।

ଏପରିକି ଚୁକ୍ତିପତ୍ରରେ ନୋଟାରିଙ୍କ ଦସ୍ତଖତରେ ଜାଗା ରେଡଷ୍ଟ୍ରି କରି ନେଇଥିଲେ । ପରେ ଉକ୍ତ ଦମ୍ପତ୍ତି ଆଉ ଘର ଭଡ଼ା ଦେଲେ ନାହିଁ । ସୁମନ ଓ ତାଙ୍କ ସ୍ୱାମୀ ଘର ଭଡ଼ା ମାଗିବାରୁ ସୋନାଟା, ସୁମନଙ୍କ ସ୍ଵାମୀଙ୍କ ନାଁରେ ଏକ ମିଛ ଦୁଷ୍କର୍ମ ଉଦ୍ୟମ ମାମଲା କରିଥିଲେ । ଚନ୍ଦ୍ରଶେଖରପୁର ଥାନା ପୁଲିସ ଏହି ମାମଲାରେ ମୁଣ୍ଡ ନ ପୂରାଇ ସିଭିଲି ମ୍ୟାଟର୍ ବୋଲି ଦୁଇ ପକ୍ଷଙ୍କୁ କୋର୍ଟକୁ ଯିବାକୁ ପରାମର୍ଶ ଦେଇଥିଲା । ସୁମନ ଏନେଇ ସିଧା ହାଇକୋର୍ଟଙ୍କ  ଦ୍ୱାରସ୍ଥ 

ହୋଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଉକ୍ତ ଚୁକ୍ତିପତ୍ର ଅସଲି କି ନକଲି ଯାଞ୍ଚ କରାଯାଇଥିଲା । ଆଉ ଯାଞ୍ଚରୁ ଜଣାପଡ଼ିଲା ଚୁକ୍ତିପତ୍ରରେ ଥିବା ନୋଟାରିଙ୍କ ଦସ୍ତଖତ ନକଲି । ଏହାପରେ  ଆଜି ପୁଲିସ୍ କୋର୍ଟଙ୍କ ନିର୍ଦ୍ଦେଶାନୁଯାୟୀ ଠକ ଦମ୍ପତିଙ୍କୁ ଗିରଫ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com