ଅନ୍ୟାନ୍ୟ

ଭଙ୍ଗା କୋଠା ତଳେ ଚାପିହୋଇ ୧୨ଜଣଙ୍କର ମୃତ୍ୟୁ

ଦକ୍ଷିଣ ଆମେରିକୀୟ ଦେଶ ଇକ୍ୱାଡୋରରେ ଭୟଙ୍କର ଭୂମିକମ୍ପ ଦେଖିବାକୁ ମିଳିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୭ ବୋଲି କୁହାଯାଇଛି । ଏଜେନ୍ସି ମୁତାବକ ଗୁୟାସରେ ହୋଇଥିବା ଭୂମିକମ୍ପ ଏତେ ଭୟଙ୍କର ଥିଲା କି ପୁରା ସହର ଥରି ଉଠିଥିଲା । ଭୂମିକମ୍ପ ଫଳରେ କିଛି କୋଠା କ୍ଷତିଗ୍ରସ୍ଥ ହୋଇଛି ଓ ୧୨ଜଣ ଲୋକ ମୃତ୍ୟୁବରଣ କରିଛନ୍ତି ।

ଭୂକମ୍ପ ଝଟକା ଅନୁଭବ ହେବା ପରେ ଲୋକମାନେ ଘରୁ ବାହାରି ରାସ୍ତା ଉପରକୁ ଆସି ଯାଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ଗୁୟାସରୁ ପାଖାପାଖି ୮୦ କିଲୋମିଟର ଦକ୍ଷିଣ ଦିଗରେ ବୋଲି କୁହାଯାଇଛି । ଏହାରି ମଧ୍ୟରେ ଇକ୍ୱାଡୋରର ରାଷ୍ଟ୍ରପତି ଗୁଇଲେମୋ ଲାସୋ ସୋସିଆଲ ମିଡିଆରେ ସନ୍ଦେଶ ଜାରି କରି ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com