Featuredଜାତୀୟସ୍ୱାସ୍ଥ୍ୟ

H3N2ର ଲଗାତାର ସଂକ୍ରମଣ ବୃଦ୍ଧି ନେଇ ସବୁ ରାଜ୍ୟ ଆଲର୍ଟ

ଦେଶରେ ଲଗାତାର H3N2 ସଂକ୍ରମଣ ବଢୁଥିବାବେଳେ ଆଲର୍ଟରେ ସବୁ ରାଜ୍ୟ । ୬ରୁ ଅଧିକ ରାଜ୍ୟରେ H3N2ଜନିତ ସଂକ୍ରମଣ ବଢିଥିବାବେଳେ ମହାରାଷ୍ଟ୍ରରେ ହାଇଆଲର୍ଚ ଜାରି ହୋଇଛି । ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ, ପୁଡୁଚେରୀ, ତାମିଲନାଡୁ ଓ ଆସାମରେ ସଂକ୍ରମଣ ବଢିବାରେ ଲାଗିଛି । ମଧ୍ୟପ୍ରଦେଶ ଓ ବିହାରକୁ ବ୍ୟାପିଛି ଭାଇରସ । କେବଳ ମହାରାଷ୍ଟ୍ରରେ 352ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ H3N2ରେ ୯ଜଣଙ୍କର ମୃତ୍ୟୁ ହେଲାଣି । ସ୍ଥିତିକୁ ଦେଖି ଦିଲ୍ଲୀରେ ଜାରି ହୋଇଛି ସ୍ବତନ୍ତ୍ର ସତର୍କତା । ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବା ଲାଗି ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ଇନଫ୍ଲୁଏଞ୍ଜା ଓ କୋଭିଡର ନିୟନ୍ତ୍ରଣ ଲାଗି ମନିଟରିଂକୁ ଗୁରୁତ୍ବ ଦିଆଯାଇଛି । ସେପଟେ କରୋନା ସଂକ୍ରମଣ ମଧ୍ୟ ବଢିବାରେ ଲାଗିଛି । ୪ ମାସ ମଧ୍ୟରେ ସର୍ବାଧିକ ଦୈନିକ ସଂକ୍ରମଣ ରେକର୍ଡ ହୋଇଛି । ଆତଙ୍କିତ ନହୋଇ ଲୋକମାନେ ସତର୍କ ରହିବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ ।

Related Articles

Back to top button
WP Twitter Auto Publish Powered By : XYZScripts.com