Featuredଜାତୀୟରାଜନୀତି

ରାହୁଲ ଗାନ୍ଧୀଙ୍କ ଘରେ ପହଞ୍ଚିଲା ଦିଲ୍ଲୀ ପୋଲିସ

ରବିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବାସଭବନରେ ଦିଲ୍ଲୀ ପୋଲିସ ପହଞ୍ଚିଛି। କୁହାଯାଉଛି ଯେ ରାହୁଲ ଗାନ୍ଧୀଙ୍କ ଘରେ ଦିଲ୍ଲୀ ପୋଲିସର ସ୍ପେଶାଲ ସିପି ଏବଂ ଡିସିପି ଉପସ୍ଥିତ ଅଛନ୍ତି। ରାହୁଲ ଗାନ୍ଧୀ ଏକ ବିବାଦୀୟ ବିବୃତ୍ତିକୁ ଭିତ୍ତି କରି ପୋଲି ତାଙ୍କ ଘରେ ପହଞ୍ଚିଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ଶ୍ରୀନଗରରେ ତାଙ୍କର ଭରତ ଯୋଡୋ ଯାତ୍ରାର ଶେଷ ଦିନରେ ରାହୁଲ ଗାନ୍ଧୀ ଏକ ବିବୃତ୍ତି ଦେଇଥିଲେ ଯେ ଆଜି ବି ମହିଳାମାନଙ୍କ ଉପରେ ଯୌନ ଶୋଷଣ ହେଉଛି। ଏ ସମ୍ପର୍କରେ ଦିଲ୍ଲୀ ପୋଲିସ ମାର୍ଚ୍ଚ ୧୬ ରେ ରାହୁଲ ଗାନ୍ଧୀଙ୍କ ନିକଟକୁ ଏକ ନୋଟିସ ପଠାଇଥିଲା ଯେ କେଉଁ ମହିଳା ଏହା କହିଛନ୍ତି। ରାହୁଲ ଗାନ୍ଧୀ ତାଙ୍କର ବିବରଣୀ ଦିଲ୍ଲୀ ପୋଲିସକୁ ଦେବା ଉଚିତ୍। କିନ୍ତୁ ଦିଲ୍ଲୀ ପୋଲିସ ସୂତ୍ର ଅନୁଯାୟୀ କଂଗ୍ରେସ ନେତା ଏପର୍ଯ୍ୟନ୍ତ ଦିଲ୍ଲୀ ପୋଲିସକୁ ଉତ୍ତର ଦେଇନାହାଁନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com