Featuredଜାତୀୟ

୭ଟି ରାଜ୍ୟରେ ପ୍ରତିଷ୍ଠା ହେବ ‘PM MITRA’ ପାର୍କ

ମୋଦୀ ସରକାର ଆଗାମୀ ଦିନରେ ଏକ ଏକ ମୋଗା ଯୋଜନା ଆଣିବାକୁ ଯାଉଛନ୍ତି । ଏହି ଯୋଜନା ମାଧ୍ୟମରେ ଦେଶର ୨୦ ଲକ୍ଷରୁ ଅଧିକ ଲୋକଙ୍କୁ ରୋଜଗାର ମିଳିପାରିବ । ଗତ ୨୦୨୧ ମସିହା ଅକ୍ଟୋବର ମାସରେ ଏହି ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ ମିଳିଥିଲା । ଏହି ଯୋଜନାର ନାମ ହେଉଛି ‘ପ୍ରଧାନମନ୍ତ୍ରୀ ମେଗା ଇଣ୍ଟିଗେଟେଡ ଟେକ୍ସଟାଇଲ ରିଜିଅନ ଆଣ୍ଡ ଆପାରେଲ’ । ସାରା ଦେଶରେ ୭ଟି ରାଜ୍ୟରେ ପିଏମ ମିତ୍ର ପାର୍କ ସ୍ଥାପନ କରାଯିବ । ସେହି ରାଜ୍ୟଗୁଡ଼ି ମଧ୍ୟରେ ରହିଛି ତାମିଲନାଡ଼ୁ, ତେଲେଙ୍ଗାନା, ଗୁଜରାଟ, କର୍ଣ୍ଣାଟକ, ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ର । ଏଥିପାଇଁ କେନ୍ଦ୍ର ସରକାର ପାଖାପାଖି ୭୦ ହଜାର କୋଟି ଟଙ୍କା ନିବେଶ କରିବେ ଓ ଏହାଦ୍ୱାରା ୨୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ସୁବିଧା ମିଳିବ । ପିଏମ୍ ମିତ୍ର ପାର୍କ ପିଏମ୍ ମୋଦୀଙ୍କ ‘ଫାର୍ମ ଟୁ ଫାଇବର ସହ ଫ୍ୟାଷ୍ଟ୍ରି ଟୁ ଫେସନ ଟୁ ଫରେନ’ ଭିଜନ ଦ୍ୱାରା ପ୍ରେରଣା ଲାଭ କରିଛି ।

ଏହି ଯୋଜନା ଦ୍ୱାରା ଟେକ୍ସଟାଇଲ ଓ ମାନୁଫାକଚରିଂ କ୍ଷେତ୍ରରେ ବହୁତ ବଡ଼ କ୍ରାନ୍ତି ଆସିବାକୁ ଯାଉଛି । ଏହି ଯୋଜନାକୁ ନେଇ ଟେକ୍ସଟାଇଲ କ୍ଷେତ୍ରରେ ବହୁତ ଉତ୍ସାହ ସୃଷ୍ଟି ହୋଇଥିବା କେନ୍ଦ୍ର ବାଣିଜ୍ୟ, ଉଦ୍ୟୋଗ ଓ କପଡ଼ା ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି । ସରକାରଙ୍କ ଅନୁଯାୟୀ, ଏହି ଯୋଜନାରେ ଦେଶରେ ବିଶ୍ୱ ସ୍ତରୀୟ ଭିତ୍ତିଭୂମି ବିକଶିତ କରାଯିବ । ଏହାଦ୍ୱାରା ଟେକ୍ସଟାଇଲ ସେକ୍ଟରରେ ୨୧ ଲକ୍ଷ ଚାକିରି ସୃଷ୍ଟି ହେବ । ସେଥିମଧ୍ୟରୁ ୭ ଲକ୍ଷ ସିଧାସଳଖ ଓ ୧୪ ଲକ୍ଷ ପରୋକ୍ଷ ଯୋଜନା ସାମିଲ ରହିଛି । ଉତ୍ପାଦନ ଓ ରପ୍ତାନୀ ଉପରେ ଅଧିକ ଫୋକସ୍ କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com