ଅନ୍ୟାନ୍ୟ

ଦିଲ୍ଲୀରେ ପଲିଥିନ ଭିତରୁ ମିଳିଲା ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ

କିଛିଦିନ ତଳେ ଦିଲ୍ଲୀରେ ଶ୍ରଦ୍ଧା ୱାଲେକରଙ୍କୁ ତାଙ୍କ ପ୍ରେମିକ ୫୨ ଖଣ୍ଡ କରି କାଟି ହତ୍ୟା କରିବା ଘଟଣା ମନରୁ ଲିଭି ନଥିବା ବେଳେ ପୁଣି ଏକ ଜଙ୍ଘନ୍ୟ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଏଥର ମହିଳା ଜଣଙ୍କୁ ହତ୍ୟା କରାଯାଇ ତାର ଶରୀରକୁ ଖଣ୍ଡ ଖଣ୍ଡ କରି କାଟିବା ପରେ ପିଲିଥିନରେ ପୁରାଇ କେହି ପକାଇ ଦେଇଯାଇଛି ।

ସୂଚନା ମୁତାବକ ଦିଲ୍ଲୀର ସରାୟ କାଲେ ଖାଁ ଅଞ୍ଚଳରେ ଥିବା ସନଲାଇଟ୍ କଲୋନୀ ନିକଟରେ ଏକ ପଲିଥିନ ଭିତରେ କିଛି ଥିବା ଓ ଏଥିରୁ ଦୁର୍ଗନ୍ଧ ବାହାରୁଥିବାରୁ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଂଚି ପଲିଥିନ ଖୋଲିବାରୁ ସେଥିରେ ଜଣେ ମହିଳାଙ୍କ ମୃତଦେହ ଥିବାର ଦେଖିବାକୁ ମିଳିଛି । କେହି ମହିଳା ଜଣଙ୍କୁ ହତ୍ୟା କରି ତାଙ୍କର ମୁଣ୍ଡ, ଅଣ୍ଟାର ତଳ ଭାଗ ଓ ହାତକୁ କାଟି ଏକ ଧଳା ପଲିଥିନ ଭିତରେ ପୁରାଇ ଏଠାରେ ପକାଇ ଦେଇଥିବା କଥା କୁହାଯାଉଛି । ଏନେଇ ପୋଲିସ ଏବେ ମାମଲାର ଯାଂଚ କରିବା ଆରମ୍ଭ କରିଛି । ହେଲେ ଏପର୍ଯ୍ୟନ୍ତ ମୃତ ଦେହର ପରିଚୟ ମିଳିପାରି ନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com