Featuredଜାତୀୟ

ଆଜି ସଂୟୁକ୍ତ କିସାନ ମୋର୍ଚ୍ଚାର ରାଲିକୁ ନେଇ ସୁରକ୍ଷାର କଡା ବନ୍ଦୋବସ୍ତ କରିଛି ଦିଲ୍ଲୀ ପୋଲିସ

ଆଜି ରାମଲୀଳା ମଇଦାନରେ ଆୟୋଜିତ ହେଉଥିବା ସଂୟୁକ୍ତ କିସାନ ମୋର୍ଚ୍ଚାର ରାଲିକୁ ନେଇ ସୁରକ୍ଷାର କଡା ବନ୍ଦୋବସ୍ତ କରିଛି ଦିଲ୍ଲୀ ପୋଲିସ । ସୁରକ୍ଷାରେ ଦିଲ୍ଲୀ ପୋଲିସଙ୍କ ଛଡା ବହୁ ସଂଖ୍ୟାରେ ପାରା ମିଲିଟାରୀ ନିୟୋଜିତ କରାଯାଇଛି ।

ମଧ୍ୟ ଜିଲ୍ଲାର ସମସ୍ତ ଥାନାଧ୍ୟକ୍ଷଙ୍କ ବ୍ୟତୀତ ଅନ୍ୟ ଜିଲ୍ଲାରେ ମଧ୍ୟ ପୋଲିସ ମାନଙ୍କୁ ନିୟୋଜିତ କରାଯାଇଛି । ରାଲିକୁ ନେଇ ଟ୍ରାଫିକ ପୋଲିସ ଟ୍ରାକିଂ ଆଡଭାଇଜରୀ ଜାରି କରି କହିଛନ୍ତି ଯେ, ରାମଲୀଳା ମଇଦାନ ଆଖପାଖର ସଡକ ଯଥା ଦିଲ୍ଲୀ ଗେଟରୁ ଆଜମେରୀ ଗେଟ ଛକ ଜେଏଲଏନ ମାର୍ଗରେ ଯିବା ଆସିବା ନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ରାଲିରେ ୧୫ରୁ ୨୦ହଜାର କୃଷକ ଆସିବାର ସମ୍ଭାବନା ରହିଛି । ରାମଲୀଳା ମୈଦାନ ବାହରେ ପର୍ଯ୍ୟପ୍ତ ସଂଖ୍ୟାରେ ପୋଲିସ କର୍ମୀଙ୍କୁ ନିଯୁକ୍ତ କରାଯିବ । ଏହାସହ ସିସିଟିଭି କ୍ୟାମେରା ଜରିଆରେ ଏମାନଙ୍କ ଉପରେ ନଜର ରଖାଯିବ ।

ଏହି ପ୍ରଦର୍ଶନ ସମୟରେ ଯେଉଁମାନେ କୌଣସି ପ୍ରକାରର ଦୁଷ୍କର୍ମ ସୃଷ୍ଟି କରନ୍ତି ଏବଂ ଆଇନକୁ ନିଜ ହାତକୁ ନେଇଥା’ନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Related Articles

Back to top button
WP Twitter Auto Publish Powered By : XYZScripts.com