ବିଜ୍ଞାନ ଓ ପ୍ରଯୁକ୍ତି

ଏପ୍ରିଲ ୩ରୁ ମାଟ୍ରିକ ଖାତା ମୂଲ୍ୟାୟନ

କଟକ, ୨୦/୦୩/୨୦୨୩ –      ଏପ୍ରିଲ ୩ ତାରିଖରୁ ଆରମ୍ଭ ହେବ ମାଟ୍ରିକ ଖାତା ଦେଖା । ଏଥିପାଇଁ ୫୬ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ବୋର୍ଡ଼ ଅଧକ୍ଷ ରାମାଶିଷ ହାଜରା । ଚଳିତ ଥର ମୋଟ ୫ଲକ୍ଷ ୪୧ ହଜାର ୨୪୭ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବା ପାଇଁ ଫର୍ମ ଭରିଥିଲେ । ଏଥିପାଇଁ ମୋଟ ୩ ହଜାର ୨୧୮ ପରୀକ୍ଷା କେନ୍ଦ୍ର ହୋଇଥିଲା ବେଳେ ୩୧୬ଟି ନୋଡାଲ ସେଣ୍ଟର ବୋର୍ଡ଼ ପକ୍ଷରୁ କରାଯାଇଥିଲା । ସେହିପରି ନକ୍ସଲ ପ୍ରଭାବିତ ଅଞ୍ଚଳରେ ୨୨ଟି ଥାନାରେ ନୋଡାଲ ସେଣ୍ଟର ହୋଇଥିଲା । ତେବେ ୪୫ଦିନ ଭିତରେ ଖାତା ଦେଖା ସମ୍ପୂର୍ଣ୍ଣ ହେବା ନେଇ ଆଶା ରଖିଛି ବୋର୍ଡ଼ ।

Related Articles

Back to top button
WP Twitter Auto Publish Powered By : XYZScripts.com