ଅନ୍ୟାନ୍ୟ

ଦୈନିକ ୧୦୦୦ ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର, ୨୦/୦୩/୨୦୨୩ –   ପୁଣି ଡରାଇଲାଣି କରୋନା ଭାଇରସ । ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ସାଧାରଣ ଲୋକେ । ପୁଣି ଦିନକରେ ହଜାରେ ଟପିଲା ଆକ୍ରନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପୁଣି ୧୦୭୧ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛିି । ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୫୯୧୫ରେ ପହଞ୍ଚିଛି ।

ସେହିଭଳି ଦିନକରେ ମହାରାଷ୍ଟ୍ର, ରାଜସ୍ଥାନ, କେରଳରେ ୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେପଟେ ଏଚ୩ଏନ୨ ଭୂତାଣୁ ଭୟ ଭିତରେ କରୋନା ମଧ୍ୟ କାୟା ମେଲାଉ ଥିବାରୁ ଭୟ ଦୁଇଗୁଣା ହେଲାଣି । ଯାହାକୁ ନଜରରେ ରଖି ବୟସ୍କ ଆକ୍ରାନ୍ତଙ୍କ ପାଇଁ ସାନି କରୋନା ଗାଇଡଲାଇନ୍ସ ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା ସହ ଶରୀରର ତାପମାତ୍ରା ଏବଂ ଅକ୍ସିଜେନ୍ ସ୍ତର ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି । ସେହିଭଳି ବ୍ୟାକ୍ଟେରିଆ ସଂକ୍ରମଣ ହୋଇନଥିଲେ ଆଣ୍ଟି-ବାଓଟିକ୍ସ ନଖାଇବା ପାଇଁ କହିଛି ICMR । ଅନ୍ୟପଟେ ସାମାନ୍ୟ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ କ୍ୱାରେନଣ୍ଟାଇନରେ ରହିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

Related Articles

Back to top button
WP Twitter Auto Publish Powered By : XYZScripts.com