ବାଣିଜ୍ୟ

୯ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ

ବିଶ୍ୱର ବହୁ ବଡ଼ ବଡ଼ ଟେକ୍ କମ୍ପାନୀମାନେ ସେମାନଙ୍କର କର୍ମଚାରୀ ସଂଖ୍ୟା ହ୍ରାସ କରୁଛନ୍ତି । ତେବେ ଏହା ମଧ୍ୟରେ ବହୁରାଷ୍ଟ୍ରୀୟ କମ୍ପାନୀ ଆମାଜନ ୯ ହଜାର କର୍ମଚାରୀଙ୍କୁ କାର୍ଯ୍ୟରୁ ବାହାର କରିବ । ୧୮ ହଜାର କର୍ମଚାରୀଙ୍କୁ ଚାକିରିରୁ ବିଦା କରିବା ନେଇ ଗତ ଜାନୁଆରୀ ମାସରେ କମ୍ପାନୀ ଘୋଷଣା କରିଥିଲା ।

ତେବେ ଇ-କମର୍ସ କମ୍ପାନୀର ଏହି ଛଟେଇ ଆମାଜନ ୱେବ ସର୍ଭିସ (ଏଡବ୍ଲ୍ୟୁଏସ), ଆମାଜନ ପିପୁଲ ଏକ୍ସପରିଏନ୍ସ ଆଣ୍ଡ ଟେକ୍ନୋଲୋଜି (ପିଏକ୍ସଟି), ଟ୍ୱିଚ୍ ସେଗମେଣ୍ଟ ଓ ଆଡଭର୍ଟାଇଜିଂରେ କରାଯିବ ବୋଲି କୁହାଯାଉଛି । ତେବେ ଚଳିତ ମାସରେ କମ୍ପାନୀର ଦ୍ୱିତୀୟ ପର୍ଯ୍ୟାୟ ଯୋଜନା ସମାପ୍ତ ହୋଇଥିବା ବେଳେ ଏହା ମାଧ୍ୟମରେ ଅତିରିକ୍ତ ଛଟେଇ କରାଯିବ । ରଣନୀତିକ କ୍ଷେତ୍ରରେ ନୂଆ ନିଯୁକ୍ତି ଦିଆଯିବ ବୋଲି କମ୍ପାନୀର ସିଇଓ ଆଣ୍ଡି ଜେସି କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com