ବାଣିଜ୍ୟ

ମାର୍କେଟକୁ ଆସିଲା ହୁଣ୍ଡାଇର ନୂଆ ଭର୍ନା, ହୋଣ୍ଡା ସିଟି.. ମାରୁତି ସିଆଜକୁ ଦେବ ଟକ୍କର

ଭୁବନେଶ୍ୱର, ୨୧/୦୩/୨୦୨୩ –   ଶେଷରେ ସମସ୍ତ ଅପେକ୍ଷା ସମାପ୍ତ ହୋଇଛି । ଦକ୍ଷିଣ କୋରିଆ ଅଟୋମେକର୍ ହୁଣ୍ଡାଇ ଭାରତରେ ନୂତନ ଭର୍ନା ଲଞ୍ଚ କରିଛି । ଏହା ନୂଆ ୨୦୨୩ ହୋଣ୍ଡା ସିଟି, ସ୍କୋଡା ସ୍ଲାଭିଆ, ଫୋଲ୍ସୱେଗେନ ଭର୍ଟସ ଏବଂ ମାରୁତି ସୁଜୁକି ସିଆଜ ସହିତ ବଜାରରେ ପ୍ରତିଦ୍ୱନ୍ଦ୍ୱିତା କରିବ।

ନୂତନ ଭର୍ନା ଚାରୋଟି ଟ୍ରାଇମରେ ପ୍ରଦାନ କରାଯାଇଛି – EX, S, SX ଏବଂ SX (O)। ଦୁଇଟି ପେଟ୍ରୋଲ୍ ଇଞ୍ଜିନ୍ ବିକଳ୍ପ ମଧ୍ୟ ଅଛି । ୬ -ସ୍ପିଡ୍ ମାନୁଆଲ୍ ଏବଂ iVT ଗିଅରବକ୍ସର ଏକ ବିକଳ୍ପ ଥିବାବେଳେ ଟର୍ବୋ ପେଟ୍ରୋଲ୍ ଇଞ୍ଜିନ୍ ରେ ୬ -ସ୍ପିଡ୍ ମାନୁଆଲ୍ ସହିତ ୭ -ସ୍ପିଡ୍ ଡିସିଟି ସ୍ୱୟଂଚାଳିତ ଗିଅରବକ୍ସର ଏକ ବିକଳ୍ପ ଅଛି। ଏହା ୨୦.୨୦ କିମି ପର୍ଯ୍ୟନ୍ତ ଏକ ମାଇଲେଜ୍ ଦେଇପାରେ।

ନୂତନ ଭର୍ନାରେ ADAS ପ୍ରଦାନ କରାଯାଇଛି । ପେଟ୍ରୋଲ୍ ଇଞ୍ଜିନର ମୂଲ୍ୟ ୧୦.୮୯ ଲକ୍ଷରୁ ୧୬.୧୯ ଲକ୍ଷ ମଧ୍ୟରେ ଥିବାବେଳେ ୧.୫ ଏଲ ଟର୍ବୋ-ପେଟ୍ରୋଲ୍ ଭାରିଆଣ୍ଟର ମୂଲ୍ୟ ୧୪.୮୩ ଲକ୍ଷରୁ ୧୭.୩୭ ଲକ୍ଷ ଟଙ୍କା ମଧ୍ୟରେ ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com