ବାଣିଜ୍ୟ

କୁକୁର ମଳତ୍ୟାଗ କଲେ ୧୦ ହଜାର ଫାଇନ୍

ଭୁବନେଶ୍ୱର, ୨୨/୦୩/୨୦୨୩ –   ଗାଁରୁ ସହର ସବୁଆଡେ କୁକୁର ପାଳିବା ଲୋକଙ୍କର ଏକ ସଉକ ପାଲଟି ଗଲାଣି । ବିଦେଶୀ ବ୍ରିଡର କୁକୁର ପୋଷିବାପାଇଁ ଲୋକେ ଲକ୍ଷ ଲକ୍ଷ ଟଙ୍କାବି ଖର୍ଚ୍ଚ କରୁଛନ୍ତି । କହିବାକୁ ଗଲେ ଆଜିକାଲି ପୋଷା କୁକୁର ପରିବାରର ଜଣେ ସଦସ୍ୟ ହୋଇଗଲାଣି । ରାଜଧାନୀରେ ଦିନକୁଦିନ ପୋଷା କୁକୁରଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି ।

ତେବେ ବିଗତ ଦିନରେ ରାଜଧାନୀରେ ମାଲିକଙ୍କ ଖାମଖିଆଲି ନୀତି ଯୋଗୁଁ ବହୁଲୋକ ଆକ୍ରମଣର ଶୀକାର ହେବା ସହ ଅନେକ ପ୍ରକାର ଅସୁବିଧାର ସାମ୍ନା ମଧ୍ୟ କରିଛନ୍ତି । ତେଣୁ ଏସବୁ ଘଟଣାକୁ ନଜରରେ ରଖି ଖୁବଶୀଘ୍ର ଗାଇଡଲାଇନ ଜାରି କରିବାକୁ ଯାଉଛି ଭୁବନେଶ୍ୱର ମହାନଗର ନିଗମ । ଏଣିକି ଭୁବନେଶ୍ୱରରେ କୌଣସି ପୋଷା କୁକୁର ରାସ୍ତାକଡରେ ମଳତ୍ୟାଗ କରି ପାରିବେନି ।

ଯଦି ଏହି ନିୟମକୁ କେହି ଅମାନ୍ୟ କରୁଥିବାର ନଜର ଆସନ୍ତି ତେବେ ସମ୍ପୃକ୍ତ ମାଲିକଙ୍କୁ ୧୦ ହଜାର ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ । ଏହାସହ କୁକୁରମାନଙ୍କ ପାଇଁ  ପଞ୍ଜିକରଣ, ସେମାନଙ୍କ ରହିବା ସ୍ଥାନ, ସ୍ୱାସ୍ଥ୍ୟ, ମୃତ୍ୟୁ ପରେ ସତ୍କାର ଆଦିକୁ ନେଇ ନିୟମାବଳୀ ମଧ୍ୟ ଲାଗୁ ହୋଇଛି । ଯାହକୁ ମାନିବା ମାଲିକଙ୍କ ପାଇଁ ବାଧ୍ୟତାମୂଳକ ହେବ । ଏହି ସବୁ ନିୟମ ପାଳନ କରାଯାଉଛି କି ନାହିଁ ତାହା BMCର ଅଧିକାରୀମାନେ ଘରକୁ ଯାଇ ଅନୁସନ୍ଧାନ କରିପାରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com