ବିଜ୍ଞାନ ଓ ପ୍ରଯୁକ୍ତି

ଦୁର୍ଘଟଣାରେ ଆହତ ମହିଳାଙ୍କୁ ନେବାପାଇଁ ଆସିଲାନି ଆମ୍ବୁଲାନ୍ସ

ଜାରକା, ୨୨/୦୩/୨୦୨୩ –   ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଜାରକା ଅଞ୍ଚଳରେ । ଏ ଦୃଶ୍ୟ ପୁଣି ଥରେ ମନେ ପକାଇ ଦେଉଛି ୨୦୧୬ ମସିହାର ବହୁ ଚର୍ଚ୍ଚିତ ଦାନ ମାଝୀ କାହାଣୀ । ସେତେବେଳେ ନିଜ ସ୍ତ୍ରୀର ଶବକୁ କାନ୍ଧରେ ବୋହି ଚର୍ଚ୍ଚାକୁ ଆସିଥିଲେ ଦାନ ମାଝୀ । ଆଉ ଆଜିର ଏ ଘଟଣା ତାଠାରୁ କିଛି କମ ନୁହେଁ ।

ଦୁର୍ଘଟଣାରେ ଗୁରୁତର ଆହତ ଜଣେ ମହିଳାଙ୍କୁ ହସ୍ପିଟାଲ ନେବା ପାଇଁ ଫୋନ କରିଥିଲେ ବି ଆମ୍ବୁଲାନ୍ସ ଆସିନଥିଲା । ତେଣୁ ବାଧ୍ୟ ହୋଇ ମହିଳାଙ୍କ ସ୍ୱାମୀ ଓ ଦିବ୍ୟାଙ୍ଗ ପୁଅ ପାଖରେ ଥିବା ଏକ ଠେଲା ଗାଡିରେ ଡାକ୍ତରଖାନା ନେଇଥିଲେ । ତେବେ ଡାକ୍ତରଖାନାରେ ଆହତ ମହିଳାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ହସ୍ପିଟାଲ ଆଣିବାରେ ବିଳମ୍ବ ହେତୁ ମୃତ୍ୟୁ ହୋଇଥିବା କହି ସ୍ୱାସ୍ଥ୍ୟ ସେବାରେ ଅବହେଳାକୁ ଦାୟୀ କରିଛନ୍ତି ମୃତ ମହିଳାଙ୍କ ସ୍ୱାମୀ ।

ଯଦି ଆମ୍ବୁଲାନ୍ସ ଠିକ ସମୟରେ ଆସିଥାନ୍ତା ତେବେ ହୁଏତ ମା’ଙ୍କ ଜୀବନ ବଞ୍ଚି ଯାଇଥାନ୍ତା ବୋଲି କୋହଭରା କଣ୍ଠରେ କହିିଛନ୍ତି ପୁଅ । ଜାରକା କୁମାରୀ ଅଞ୍ଚଳର ମହିଳା ଗେଡି ଗୁଇଁ ଶୌଚ ହେବାକୁ ଯାଇଥିବା ବେଳେ ତାଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଯାହା ଫଳରେ ସେ ଗୁରୁତର ଆହତ ହୋଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com