ଅନ୍ୟାନ୍ୟ

ଏହି ଖେଳାଳି ସେହୱାଗଙ୍କ ରେକର୍ଡ ଭାଙ୍ଗିଲେ ଦିନିକିଆ କ୍ରିକେଟର – ଜାଣନ୍ତୁ ସେ ଖେଳାଳି କିଏ. . .

ଭାରତୀୟ କ୍ରିକେଟ୍‌ ଟିମ୍‌ର ଦିନିକିଆ ଏବଂ ଟି-୨୦ ଅଧିନାୟକ ରୋହିତ ଶର୍ମା ଭାଙ୍ଗିଲେ ବିରେନ୍ଦ୍ର ସେହୱାଗଙ୍କ ରେକର୍ଡ । ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷରେ ଧୂଆଁଧାର ୬୦ ରନ୍‌ର ପାଳି ଖେଳିବା ସହ ସେହୱାଗଙ୍କୁ ପଛରେ ପକାଇଛନ୍ତି ଏହି ବ୍ୟାଟ୍ସମ୍ୟାନ୍‌ । ଭାରତ ପାଇଁ ଅନ୍ତର୍ଜାତୀୟ ଦିନିକିଆ ଫରମାଟ୍‌ରେ ସବୁଠାରୁ ଅଧିକ ରନ୍‌ କରିବା କ୍ଷେତ୍ରରେ ରୋହିତ୍‌ ସେହୱାଗ୍‌ଙ୍କ ରେକର୍ଡକୁ ଅତିକ୍ରମ କରିଛନ୍ତି । ସେହୱାଗ୍ ସର୍ବମୋଟ ଦିନିକିଆରେ ୭୨୪୦ ରନ୍‌ କରିଥିବା ବେଳେ ରୋହିତ୍‌ ତାଙ୍କୁ ଟପି ଯାଇଛନ୍ତି । ପୂର୍ବ ମ୍ୟାଚ୍‌ରେନୂଆଦିଲ୍ଲୀ :  ରୋହିତଙ୍କ ମୋଟ ରନ୍‌ ୭୨୩୮ ରହିଥିଲା । ବର୍ତ୍ତମାନ ସେ ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ଏବଂ ପୂର୍ବ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ପରେ ରହିଛନ୍ତି ।

ରୋହିତ ୨୦୧୧ ମସିହା ଠାରୁ ୨୦୨୨ ମସିହା ମଧ୍ୟରେ ଭାରତ ପକ୍ଷରୁ ୧୪୪ ମ୍ୟାଚ୍‌ ଖେଳିଛନ୍ତି । ଏହାରି ମଧ୍ୟରେ ସେ ୫୭.୪୬ ହାରରେ ୯୨.୩୫ ଷ୍ଟ୍ରାଇକ୍‌ ରେଟ୍‌ ସହ ମୋଟ ୭୨୯୮ ରନ୍‌ରେ ପହଞ୍ଚିଛନ୍ତି । ଅନ୍ୟପଟେ ସେହୱାଗ ୨୦୦୧ ମସିହାରୁ ୨୦୧୩ ମସିହା ମଧ୍ୟରେ ୨୦୪ଟି ଅନ୍ତର୍ଜାତୀୟ ଦିନିକିଆ ଖେଳିଥିବା ବେଳେ ୩୬.୯୩ ହାରରେ ୧୦୪.୮୫ ଷ୍ଟ୍ରାଇକ୍‌ ରେଟ୍‌ ସହ ମୋଟ ୭୨୪୦ ରନ୍‌ କରିଛନ୍ତି ।

ତେବେ ଏହି ଲିଷ୍ଟର ଶୀର୍ଷରେ ରହିଛନ୍ତି ସଚିନ୍‌ ତେନ୍ଦୁଲକର । ସେ ୧୯୯୪ ରୁ ୨୦୧୨ ମଧ୍ୟରେ ୩୪୪ଟି ଦିନିକିଆ ଖେଳିଥିବା ବେଳେ ମୋଟ ୧୫,୩୧୦ କରିଛନ୍ତି । ଅନ୍ୟପଟେ ଏହି ଫରମାଟ୍‌ର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ସୌରଭ ଗାଙ୍ଗୁଲି । ସେ ୨୪୨ଟି ଦନିକିଆ ଖେଳିଥିବା ବେଳେ ମୋଟ ୯୧୪୬ ରନ୍‌ ସ୍କୋର କରିଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com