ଅନ୍ୟାନ୍ୟ

ପଞ୍ଜାବ କିଙ୍ଗ୍ସକୁ ଝଟକା, ଆଇପିଏଲ ମେଗା ନିଲାମରୁ ଦୂରେଇ ଗଲେ ପ୍ରୀତି ଜିଣ୍ଟା

ନୂଆଦିଲ୍ଲୀ () ପଞ୍ଜାବ କିଙ୍ଗ୍ସକୁ ଝଟକା ପରେ ଝଟକା। ଫ୍ରାଞ୍ଚାଇଜିର ସହ ମାଲିକାଣି ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଆଇପିଏଲ ୨୦୨୨ର ମେଗା ନିଲାମରୁ ଦୂରେଇ ଯାଇଛନ୍ତି। ପ୍ରୀତି ନିକଟରେ ମାଆ ହୋଇଛନ୍ତି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ସେ ଛୁଆକୁ ଛାଡି ଭାରତ ଆସି ପାରିବେ ନାହିଁ। ଅଭିନେତ୍ରୀ ଏହାର ସୂଚନା ସାମାଜିକ ଗଣମାଧ୍ୟମ ଜରିଆରେ ଦେଇଛନ୍ତି। ଆଇପିଏଲ ୨୦୨୨ର ମେଗା ନିଲାମ ଫେବୃଆରୀ ୧୨ ଓ ୧୩ରେ ବେଙ୍ଗାଲୁରୁରେ ଆୟୋଜିତ ହେବ। ଏଥର ୮ ବଦଳରେ ୧୦ ଦଳ ଆଇପିଏଲରେ ଅଂଶଗ୍ରହଣ କରିବେ।
୪୭ ବର୍ଷୀୟ ପ୍ରୀତି ଜିଣ୍ଟା ନିଲାମର ଗୋଟିଏ ଦିନ ପୂର୍ବରୁ ଶୁକ୍ରବାର ନିଜର ଟୁଇଟର ହ୍ୟାଣ୍ଡେଲରେ ଏହାର ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ଚଳିତ ଆଇପିଏଲ ନିଲାମରେ ସେ ଯୋଗ ଦେଇ ପାରିବେ ନାହିଁ। ମୁଁ ନିଜର ଛୋଟ ପିଲାକୁ ଛାଡି ଭାରତ ଆସି ପାରିବି ନାହିଁ। ଗତ କିଛି ଦିନ ତଳେ ମୁଁ ଏବଂ ଆମ ଦଳ ସହିତ ନିଲାମ ଏବଂ କ୍ରିକେଟକୁ ନେଇ ଆଲୋଚନାରେ ବ୍ୟସ୍ତ ଥିଲି। ମୁଁ ନିଜର ପ୍ରଶଂସକଙ୍କୁ ପଚାରିବାକୁ ଚାହୁଁଛି, କଣ ସେମାନଙ୍କ ପାଖରେ ଦଳ ପାଇଁ କିଛି ପ୍ରସ୍ତାବ ରହିଛି।
ଏହା ପୂର୍ବରୁ ଦଳର ବ୍ୟାଟିଂ କୋଚ୍ ଓ୍ଵାସିମ ଜାଫର ନିଜ ପଦରୁ ଇସ୍ତଫା ଦେଇଥିଲେ। ଏହା ଦଳ ପାଇଁ ଝଟକା ସଦୃଶ ଥିଲା। ଜାଫର ଟୁଇଟ୍ କରି ଇସ୍ତଫା ବିଷୟରେ ସୂଚନା ଦେଇଥିଲେ। ସେ ଲେଖିଥିଲେ, ଅଲବିଦା ଏବଂ ଧନ୍ୟବାଦ ପଞ୍ଜାବ କିଙ୍ଗ୍ସ। ଆପଣଙ୍କ ସହିତ ଯାତ୍ରା ବହୁତ ଭଲ ରହିଛି। ଅନିଲ କୁମ୍ବଲେ ଏବଂ ଦଳକୁ ଶୁଭକାମନା ଜଣାଉଛି।
ପଞ୍ଜାବ କିଙ୍ଗ୍ସ ଆଇପିଏଲ ୨୦୨୨ ନିଲାମ ପୂର୍ବରୁ ମୟଙ୍କ ଅଗ୍ରଓ୍ଵାଲ ଏବଂ ଯୁବ ଦ୍ରୁତ ବୋଲର ଅର୍ଶଦୀପ ସିଂହଙ୍କୁ ରିଟେନ୍ କରିଛି। ପଞ୍ଜାବ ମୟଙ୍କଙ୍କୁ ୧୨ କୋଟି ଏବଂ ଅର୍ଶଦୀପଙ୍କୁ ୪ କୋଟି ଟଙ୍କାରେ କିଣିଛି। ପଞ୍ଜାବ କିଙ୍ଗ୍ସ ସର୍ବାଧିକ ୭୨ କୋଟି ଟଙ୍କା ସହ ଆଇପିଏଲର ମେଗା ନିଲାମରେ ସାମିଲ୍ ହେବ।

Related Articles

Back to top button
WP Twitter Auto Publish Powered By : XYZScripts.com