ଅନ୍ୟାନ୍ୟ

ବେଆଇନ ବାଲି ଚୋରା ଚାଲାଣ ୨ଟି ଗାଡି : ୨ଟି ଗାଡି ଜବତ ଏବଂ ଏହାସହ ୫୫ ହଜାର ଜରିମନା ଆଦାୟ

ପାଟଣା :ବେଆଇନ ବାଲି ଚୋରା ଚାଲାଣ ବେଳେ ୨ଟି ଗାଡି ଜବତ ହୋଇଛି । ଏହାସହ ୫୫ ହଜାର ଜରିମନା ଆଦାୟ ହୋଇଛି । କେନ୍ଦୁଝର ଜିଲ୍ଲା ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀ ମଙ୍ଗଳବାର କେନ୍ଦେଇ ପଶି ରାଜନଗର ରାସ୍ତାର ଡେଣୁଆ ନିକଟରୁ ଗୋଟିଏ ବାଲି ବୋଝେଇ ହାଇଓ୍ବା ଓ ଗୋଟିଏ ଡମ୍ଫରକୁ ବେଆଇନ ବାଲି ଚୋରା ଚାଲାଣ ବେଳେ ଜବତ କରାଯାଇଛି । ହାଇଓ୍ବାରୁ ୩୫ ହଜାର ଓ ଡ୍ରମ୍ଫରରୁ ୨୦ ହଜାର ଟଙ୍କା ଜରିମନା ଆଦାୟ କରିଛନ୍ତି ।
ଦୁଇ ଗାଡି କିଆପଡାରୁ ବାଲି ଆଣୁଥିବା ବେଳେ ତହସିଲଦାର ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ଦୁଇ ଗାଡିର ଡ୍ରାଇଭର ଉପଯୁକ୍ତ କାଗଜପତ୍ର ଦେଖାଇ ପାରିନଥିବାରୁ ଜରିମନା କରାଯାଇଛି। ଏହି ଚଢ଼ାଉରେ ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀ ପାଟଣା ଆରଆଇ ସତ୍ୟବ୍ରତ ସାହୁ ରାଜନଗର ଆରଆଇ ଶିବ ପ୍ରସାଦ ମହାନ୍ତ ସାମିଲ ରହି ଜରିମନା ଆଦାୟ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com