ଅନ୍ୟାନ୍ୟ

୧୨ କୋଟି ୨୫ ଲକ୍ଷରେ ବିକ୍ରି ହେଲେ ଶ୍ରେୟସ ଆୟର, କିଣିଲା କେକେଆର

ନୂଆଦିଲ୍ଲୀ () ଯାହା ଆଶା କରାଯାଉଥିଲା, ତାହା ହେଲା । ଆଇପିଏଲ ନିଲାମୀରେ ଚଢା ଦରରେ ବିକ୍ରି ହେଲେ ଶ୍ରେୟସ ଆୟର । ଭାରତୀୟ ଦଳର ମଧ୍ୟକ୍ରମ ବ୍ୟାଟର ଶ୍ରେୟସ ଆୟରଙ୍କୁ କୋଲକାତା ନାଇଟ୍ ରାଇଡର୍ସ ୧୨.୨୫ କୋଟିରେ  କିଣିଛି । ପୂର୍ବ ବର୍ଷ ତୁଳନାରେ ୭୫ ପ୍ରତିଶତ ଅଧିକ ଦାମରେ ଶ୍ରେୟସ ବିକ୍ରି ହୋଇଛନ୍ତି ।
ପୂର୍ବଥର ଶ୍ରେୟସଙ୍କୁ ଦିଲ୍ଲୀ ୭ କୋଟି ଟଙ୍କାରେ ରିଟେନ୍ କରିଥିଲା । ଆଶା ଅନୁସାରେ ସେ ଅଧିକ ଦାମରେ ବିକ୍ରି ହୋଇଛନ୍ତି । ପ୍ରଥମେ ଆରସିବି ଆୟାରଙ୍କ ପାଇଁ ବିଡିଂ ଡାକିଥିଲା । ପରେ ଦିଲ୍ଲୀ କ୍ୟାପିଟାଲ୍ସ ସହ ଟକ୍କର ହୋଇଥିଲା । ଶେଷରେ କୋଲକାତା ୧୨ କୋଟି ୨୫ ଲକ୍ଷରେ ଆୟରଙ୍କୁ ନିଜ ଦଳରେ ନେଇଥିଲା ।
ଗତ ସିଜିନ ତୁଳନାରେ ଆୟର ୫ କୋଟି ୨୫ ଲକ୍ଷ ଟଙ୍କା ଫାଇଦାରେ ରହିଛନ୍ତି । ସେ ଚଳିସ ସିଜିନର ସବୁଠାରୁ ଦାମୀ କ୍ରିକେଟର ହେବେ ବୋଲି କୁହାଯାଉଛି । ଏବେସୁଦ୍ଧା ତାଙ୍କଠୁ ଅଧିକ ଦାମରେ କେହି ବିକ୍ରି ହୋଇ ନାହାଁନ୍ତି । ଅନେକ ଫ୍ରାଞ୍ଚାଇଜ୍ ତାଙ୍କୁ ଦଳରେ ନେବାକୁ ଚେଷ୍ଟା କରିଥିଲେ । ଏବେ କେକେଆରରେ ଶ୍ରେୟସ ସାମିଲ ହେଲା ପରେ ତାଙ୍କୁ ଅଧିନାୟକ ଭାର ଦିଆଯାଇ ପାରେ ।

Related Articles

Back to top button
WP Twitter Auto Publish Powered By : XYZScripts.com