ବାଣିଜ୍ୟ

ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ

ବ୍ରହ୍ମପୁର, ୦୪ /୧୦/୨୦୨୨-  ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଜଳସେଚନ ଡିଭିଜନ ଅନ୍ତର୍ଗତ ବୁଗୁଡା ବାଘୁଆ ଓ ଧନେଇ ଜଳସେଚନ ଉପବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁ ଚରଣ ସାହୁଙ୍କ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ପକ୍ଷରୁ ସେପ୍ଟେମ୍ବର ୩୦ ତାରିଖରେ ଚଢ଼ାଉ କରା ଯାଇଥିଲା । ବୁଗୁଡା କାର୍ଯ୍ୟାଳୟ ପ୍ରକୋଷ୍ଠ, ବୁଗୁଡାର ପୈତୃକ ଗୃହ, ବୁଗୁଡ଼ା  ବାସଗୃହ, ବ୍ରହ୍ମପୁର ନୀଳାଦ୍ରି ବିହାର କୋଠା, ସରକାରୀ ଆବାସ,  ବ୍ରହ୍ମପୁରର ବିଜୟ ବିହାର କୋଠା, ବ୍ରହ୍ମପୁର ଶକ୍ତି ନଗରରେ ତାଙ୍କ ସମ୍ପର୍କୀୟଙ୍କ ଗୃହ ଓ ବ୍ରହ୍ମପୁର ଲୋଚାପଡା ଗୋବିନ୍ଦ ବିହାରରେ ଜଣେ ସହଯୋଗୀଙ୍କ ଗୃହ ସମେତ ମୋଟ ୯ ଟି ସ୍ଥାନରେ ୯ଟି ଭିଜିଲାନ୍ସ ଟିମ ଚଢ଼ାଉ କରିଥିଲେ ।

ଚଢ଼ାଉ କାର୍ଯ୍ୟରେ ଜଣେ ଅତିରିକ୍ତ ଏସ.ପି., ୪ ଜଣ ଡି.ଏସ.ପି , ୯ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ । ଚଢ଼ାଉ ସମୟରେ ନଗଦ ୧. ୩୮ ଲକ୍ଷ ଟଙ୍କା, ବିଭିନ୍ନ ସଂସ୍ଥାରେ ୮୫.୩୩ ଲକ୍ଷ ଟଙ୍କା ଜମା, ବ୍ରହ୍ମପୁର ସହରର ବିଜୟ ବିହାରରେ ୧.୩୮ କୋଟି ଟଙ୍କା ମୂଲ୍ୟର ତିନି ମହଲା କୋଠା, ବ୍ରହ୍ମପୁର ନୀଳାଦ୍ରି ବିହାରରେ ଦୁଇ ମହଲା କୋଠା, ଦୁଇଟି ପ୍ଲଟ, ୯.୯୯ ଲକ୍ଷ ଟଙ୍କା ମୂଲ୍ୟର ଏକ ହୁଣ୍ଡାଇ କାର, ୩ ଟି ଦୁଇ ଚକିଆ ଯାନ, ୮.୩୫ ଲକ୍ଷ ଟଙ୍କା ମୂଲ୍ୟର ସୁନା ଓ ରୂପା ଅଳଙ୍କାର ଏବଂ ୧୧.୪୮ ଲକ୍ଷ ଟଙ୍କାର ଅନ୍ୟାନ୍ୟ ଜିନିଷ ଠାବ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com