Breaking NewsFeaturedଓଡ଼ିଶାବିଜ୍ଞାନ ଓ ପ୍ରଯୁକ୍ତି

ମଣିଷର ଚିରସାଥୀ ନିଜ ଛାଇ ବି କରିଦେବ ପର, ଜାଣନ୍ତୁ କେମିତି

ଭୁବନେଶ୍ଵର: ମଣିଷର ମୃତ୍ୟୁ ପର୍ଯ୍ୟନ୍ତ ରହିଥାଏ ତାର ଛାଇ । ସେ ହିଁ ଆଜୀବନ ଜୀବନସାଥୀ । କିନ୍ତୁ ଖୁବ୍ ଶୀଘ୍ର ଆଉ ଏହି ଛାଇ ଦେଖାଯିବ ନାହିଁ । ନିକଟରେ ଏପ୍ରିଲ ୨୫ ତାରିଖରେ ବେଙ୍ଗାଲୁରୁରେ ପାଖାପାଖି ୧ ମିନିଟ୍ ୩୦ ସେକେଣ୍ଡ ପର୍ଯ୍ୟନ୍ତ କାହାର ଛାଇ ଦେଖାଯାଇନଥିଲା । ଦିନ ୧୨ଟା ୧୭ ସମୟରେ ଏହି ବିରଳ ଦୃଣ୍ୟ ଦେଖିବାର ସୁଯୋଗ ପାଇଥିଲେ । କିନ୍ତୁ ଖୁବ୍ ଶୀଘ୍ର ଏହି ଘଟଣା ଓଡ଼ିଶାବାସୀଙ୍କ ସହ ଘଟିବାକୁ ଯାଉଛି । ଚଳିତ ମାସ ୨୧ରେ ଭୁବନେଶ୍ୱରରେ ଦେଖିବାକୁ ମିଳିବ ଶୂନ୍ୟ ଛାୟା ଦିବସ ।

ଏହାପରେ ଜୁନ୍ ୨୨ରେ ବାରିପଦାରେ ମଧ୍ୟ ଏହି ବିରଳ ଦୃଶ୍ୟ ଦେଖାଯିବ । ଏନେଇ ସୂଚନା ସେଇଛନ୍ତି ପଠାଣି ସାମନ୍ତ ପ୍ଲାନେଟୋରିୟମ ଡେପୁଟି ଡାଇରେକ୍ଟର । ସମୟ ସହ ଅକ୍ଷାଂଶ ଧୀରେ ଧୀରେ ବୃଦ୍ଧି ପାଇବାକୁ ଲାଗେ । ଉତ୍ତରାୟଣ ଏବଂ ଦକ୍ଷିଣାୟନ ପାଇଁ ବର୍ଷକୁ ଦୁଇଥର ଜିରୋ ସ୍ୟାଡ୍‍ ଡେ ବା ଶୂନ୍ୟ ଛାୟା ଦିବସ ଦେଖାଯାଏ । ଏହା ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ସମୟରେ ଦେଖାଯାଏ । ଏହି ସମୟରେ ସୂର୍ଯ୍ୟ ମଧ୍ୟାହ୍ନ ସମୟରେ ଠିକ୍ ମୂଣ୍ଡ ଉପରେ ରହିଥାଏ । ଯାହାଫଳରେ ଛାଇ ଆଦୌ ଦେଖାଯାଏ ନାହିଁ । ତେବେ ଏହି କଥାକୁ ନେଇ ସାଧାରଣରେ ଅନେକ ଚର୍ଚ୍ଚା ହେଉଛି। ଆଉ କିଛିଜଣ ଏହି ବିରଳ ମୁହୂର୍ତ୍ତକୁ ପରଖିବାକୁ ଖୁବ ଉତ୍ସାହର ସହ ଅପେକ୍ଷା କରିଥିବା କହିଛନ୍ତି।

 

Related Articles

Back to top button
WP Twitter Auto Publish Powered By : XYZScripts.com