କ୍ରୀଡ଼ା

ମହାନଗର ନିଗମ ତରଫରୁ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚରେ ମିଡ଼ିଆ ଏକାଦଶ ବିଜୟୀ

ବ୍ରହ୍ମପୁର, ୨୬/୦୮/୨୦୨୨-  ବ୍ରହ୍ମପୁର ମହାନଗର ନିଗମ ତରଫରୁ ସ୍ୱାୟତ୍ତ ଶାସନ ଉପଲକ୍ଷେ ଏକ ବନ୍ଧୁତ୍ୱ ମ୍ୟାଚ୍ ଗୁରୁବାର ଖଲ୍ଲିକୋଟ କଲେଜ ପଡିଆ ଠାରେ ଆୟୋଜନ କରାଯାଇଥିଲା । ଏହି ବନ୍ଧୁତ୍ୱ ମ୍ୟାଚରେ ମିଡ଼ିଆ ଇଲେଭେନ ଏବଂ କର୍ପୋରେଟର ମଧ୍ୟରେ  ଅନୁଷ୍ଠିତ ହୋଇଥିଲା ।

ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ବିବେକ୍ ରେଡ୍ଡୀ, ଅତିରିକ୍ତ ଆୟୁକ୍ତ ନୀଳମାଧଵ ଭୋଇ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଏହା ଏକ ଭାଇଚାରାର ଖେଳ ବୋଲି କହିଥିଲେ । କର୍ପୋରେଟର ତରଫରୁ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଅଧିନାୟକ ଭାବେ ଟିମ୍ ସମ୍ଭାଳିଥିବା ବେଳେ, ମିଡ଼ିଆ ତରଫରୁ ଚିରଞ୍ଜିତ ରାଜଗୁରୁ ଅଧିନାୟକ କରିଥିଲେ ।  ମିଡ଼ିଆ ଏକାଦଶ ଟସ୍ ଜିତି ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଥିଲେ । କର୍ପୋରେଟର ଦଳ ନିର୍ଦ୍ଧାରିତ ୧୫ ଓଭର ମ୍ୟାଚରେ କର୍ପୋରେଟର ଦଳ ମାତ୍ର ୧୨ ଓଭର ଖେଳି  ମାତ୍ର ୭୯ ରନ୍ ରେ ଅଲ ଆଉଟ ହୋଇଯାଇଥିଲା ।

ଦଳ ପକ୍ଷରୁ ଅଧିନାୟକ ବିକ୍ରମ କୁମାର ପଣ୍ଡା ପ୍ରଥମେ ବ୍ୟାଟିଙ୍ଗ କରି ୬ ବଲ୍ ଖେଳି ୫ ରନ୍ ଆଉଟ ହୋଇଯାଇଥିଲେ, ଦଳ ଧାରସାଇ ବେଳେ କର୍ପୋରେଟର ତ୍ରିପତି ପାତ୍ର ୨୪ ବଲ୍ ଖେଳି ୨୪ ରନ୍ ଓ କର୍ପୋରେଟର ସୂର୍ଯ୍ୟ କାନ୍ତ ସୁବୁଦ୍ଧି ୫ ବଲ୍ ଖେଳି ୧୩ ରନ କରିଥିଲେ । ମିଡ଼ିଆ ଏକାଦଶ ତରଫରୁ ବୋଲିଂରେ ମନୋଜ କୁମାର ପଣ୍ଡା ୩ ଓଭର  ୧୩ ରନ୍ ଦେଇ ୩ ଉଇକେଟ, ଗୋପାଳ ରେଡ୍ଡୀ ୨ ଓଭରରେ ୩ ଗୋଟି ଉଇକେଟ ନେଇଥିଲେ ।

ଏହାର ଜବାବରେ ମିଡ଼ିଆ ଏକାଦଶ ୮ ଓଭର ୩ଟି ବଲ ଖେଳି ଗୋଟିଏ ଉଇକେଟ ହରାଇ ୮୦ ରନ କରି ବିଜୟୀ ହୋଇଥିଲେ । ଦଳ ପକ୍ଷରୁ ଆଶ୍ରିବାଦ ୩୨ ବଲ ଖେଳି ୫୪ ରନ୍ କରି ଅପରାଜିତ ରହିଥିଲେ । ଏହି ମ୍ୟାଚକୁ ମିଡ଼ିଆ ଏକାଦଶ ୯ ଉଇକେଟରେ ମ୍ୟାଚ ଜିତି ନେଇଥିଲା । ଆସନ୍ତା ୩୧ ତାରିଖରେ ସ୍ୱାୟତ୍ତ ଶାସନ ଦିବସ କାର୍ଯ୍ୟକ୍ରମରେ ଚମ୍ପିୟାନ ଦଳକୁ ଟ୍ରଫି ପ୍ରଦାନ କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com